କ୍ୱାଲିଫାୟର ୨ : ଟସ ଜିତି ରାଜସ୍ଥାନ ରୟାଲ୍ସର ବୋଲିଂ ନିଷ୍ପତ୍ତି

29

ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ଶୁକ୍ରବାର ଦିନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷରେ ଫିଲ୍ଡ କରିବାକୁ ମନୋନୀତ ହୋଇଛନ୍ତି।

ଏହି ମ୍ୟାଚ୍‌ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବୋଲିଂ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରିବ ବେଙ୍ଗାଲୁରୁ। ରାଜସ୍ଥାନର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟ ସମାନ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଉଛି।

ରୟାଲ୍‌ ଚ୍ୟାଲେଞ୍ଜର୍ସ ପ୍ରଥମ କ୍ୱାଲିଫାୟର ମୁକାବିଲାରେ ଗୁଜରାଟ ଟାଇଟନ୍ସ ଠାରୁ ୫ୱିକେଟ୍‌ରେ ପରାଜିତ ହୋଇଥିଲା । ଅନ୍ୟ ପଟରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ଏଲିମିନେଟର ମୁକାବିଲାରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସକୁ ରନ୍‌ରେ ହରାଇଥିଲା । ଡୁ ପ୍ଲେସି ବାହିନୀକୁ ଫାଇନାଲ୍‌ରେ ପ୍ରବେଶ କରିବାକୁ ହେଲେ ଶୁକ୍ରବାର ଆଉ ଏକ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିବାକୁ ହେବ । ଅବଶ୍ୟ ଏଲିମିନେଟର ମୁକାବିଲା ଜିତିବା ପରେ ରୟାଲ୍‌ ଚ୍ୟାଲେଞ୍ଜର୍ସର ମନୋବଳ ଶିଖର ଛୁଇଁଛି । କେବଳ ୩ଷ୍ଟାର୍‌ ଖେଳାଳି ବିରାଟ କୋହଲି, ଫାଫ ଡୁ ପ୍ଲେସି ଓ ଗ୍ଲେନ ମ୍ୟାକ୍ସୱେଲଙ୍କ ପ୍ରଦର୍ଶନରେ ଉନ୍ନତି ଆବଶ୍ୟକ ରହିଛି । ତଥାପି ନୂଆ ତାରକା ରୂପେ ଆବିର୍ଭାବ ହୋଇଥିବା ରଜତ ପାଟିଦାର ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ସୁପର ଜିଆଣ୍ଟ୍ସସ ବିପକ୍ଷରେ ତାଙ୍କ ଶତକୀୟ ଇନିଂସକୁ ହୁଏତ ଆଇପିଏଲ୍‌ ଇତିହାସର ଅନ୍ୟତମ ଶ୍ରେଷ୍ଠ ଇନିଂସ ଭାବେ ବିବେଚନା କରାଯିବ ।

ଏଲମିନେଟର ମୁକାବିଲାରେ ରୟାଲ୍‌ ଚ୍ୟାଲେଞ୍ଜର୍ସର ପ୍ରଦର୍ଶନକୁ ଦେଖିବା ପରେ ରାଜସ୍ଥାନ ରୟାଲ୍ସର ଚିନ୍ତା ବଢିବା ସ୍ୱାଭାବିକ । ରୟାଲ୍‌ ଚ୍ୟାଲେଞ୍ଜର୍ସର ବୋଲିଂ ବିଭାଗ ବେଶ ଶକ୍ତିଶାଳୀ ରହିଛି । ଜୋସ ହାଜେଲଉଡ୍‌, ମହମ୍ମଦ ସିରାଜ, ହର୍ଷଲ ପଟେଲ ଓ ୱାନିଣ୍ଡୁ ହସରଙ୍ଗା ଘାତକ ସାବ୍ୟସ୍ତ ହେବେ । ଅବଶ୍ୟ ରୟାଲ୍ସ ନିକଟରେ ଯଥେଷ୍ଟ ଦୁର୍ଦ୍ଦର୍ଷ ବ୍ୟାଟର ରହିଛନ୍ତି । ଜୋସ ବଟଲର ସର୍ବାଧିକ ରନ୍‌ ସଂଗ୍ରହ କରିସାରିଛନ୍ତି । ସଞ୍ଜୁ ସାମସନ, ଯସଶ୍ୱୀ ଜୈସ୍ୱାଲ୍‌ ଓ ସିମରନ ହେତମେୟର ଫର୍ମରେ ରହିଛନ୍ତି । ବୋଲିଂ ବିଭାଗ ମଧ୍ୟ ସନ୍ତୁଳିତ ରହିଛି ।

ଲିଗ୍‌ ପର୍ଯ୍ୟାୟରେ ଉଭୟ ଦଳ ପରସ୍ପରକୁ ୨ଥର ଭେଟିଥିଲେ । ପ୍ରଥମ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୪ ୱିକେଟ୍‌ରେ ବିଜୟୀ ହୋଇଥିଲା। ଦ୍ୱିତୀୟ ମୁକାବିଲାରେ ରୟାଲ୍ସ ୨୯ ରନ୍‌ରେ ଜିତିଥିଲା । ତେବେ ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ବୋଲରମାନେ ମ୍ୟାଚ୍‌ ଫଳାଫଳ ନିର୍ଣ୍ଣୟ କରିବା ଆଶା କରାଯାଉଛି । ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିବା ଦଳ ଫାଇନାଲ୍‌ରେ ପ୍ରବେଶ କରିବ ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ– ବିରାଟ କୋହଲି, ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ), ରଜତ ପାଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ, ମହିପାଲ ଲୋମୋର, ଦୀନେଶ କାର୍ତ୍ତିକ (ଓ୍ଵିକେଟ୍ କିପର), ଶାହବାଜ ଅହମ୍ମଦ, ୱାନିନ୍ଦୁ ହସରଙ୍ଗା, ହର୍ଷଲ ପଟେଲ, ଜୋଶ ହେଜେଲେଉଡ, ମହମ୍ମଦ ସିରାଜ।

ରାଜସ୍ଥାନ ରୟାଲ୍ସ– ଯଶସ୍ଵୀ ଜୟସୱାଲ, ଜୋସ୍ ବଟଲର୍, ସଞ୍ଜୁ ସାମସନ୍ (ଅଧିନାୟକ / ଓ୍ଵିକେଟ୍ କିପର), ଦେବଦତ୍ତ ପାଡିକଲ, ସିମରନ ହେଟମାୟର, ରିଆନ୍ ପରାଗ, ରବିଚନ୍ଦ୍ରନ୍ ଅଶ୍ୱିନ୍, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କୃଷ୍ଣା, ଓବେଡ ମାକକୟ, ୟୁଜବେନ୍ଦ୍ର ଚହଲ।

Comments are closed, but trackbacks and pingbacks are open.