କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୬: ଓଡ଼ିଶାରେ ଶୀର୍ଷରେ କିଟ୍

224

ଭୁବନେଶ୍ୱର, ୧୯ ।୬: କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୬ ଆଜି ପ୍ରକାଶ ପାଇଥିବାବେଳେ ଏଥିରେ କିଟ୍ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିଛି। ଏହା ସହିତ ସମଗ୍ର ଭାରତରେ କିଟ୍ ବିଶ୍ୱବିଦ୍ୟାଳୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବେଳେ ଦକ୍ଷିଣ ଏସିଆରେ ୫୫ତମ ସ୍ଥାନ ହାସଲ କରିଛି। ସମଗ୍ର ଭାରତରେ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍ ୯ମ ସ୍ଥାନରେ ରହିଛି।

କିଟ୍ ବିଶ୍ୱବିଦ୍ୟାଳୟ ପ୍ରଥମ ଥର ପାଇଁ କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଂରେ ଅଂଶଗ୍ରହଣ କରି ଓଡ଼ିଶାର ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ଭାରତରେ ସମ୍ମାନଜନକ ସ୍ଥାନରେ ରହିଛି। ଏହି ସଫଳତା କିଟ୍‍ର ଉଚ୍ଚଶିକ୍ଷାରେ ଉତ୍କର୍ଷତା ପ୍ରତି ଉତ୍ସର୍ଗକୁ ପ୍ରତିପାଦିତ କରୁଛି। କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୬ରେ ବିଶ୍ୱର ୧୫ ଶହରୁ ଅଧିକ ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ।

ଏହି ରାଙ୍କିଙ୍ଗ ଶୈକ୍ଷିକ ପ୍ରତିଷ୍ଠା, ନିଯୁକ୍ତିଦାତାଙ୍କ ପ୍ରତିଷ୍ଠା, ଅଧ୍ୟାପକ-ଛାତ୍ର ଅନୁପାତ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଅଧ୍ୟାପକଙ୍କ ପ୍ରଶଂସା, ଅନ୍ତର୍ଜାତୀୟ ଫାକଲଟି, ଅନ୍ତର୍ଜାତୀୟ ଛାତ୍ର, ଅନ୍ତର୍ଜାତୀୟ ଛାତ୍ର ବିବିଧତା, ଅନ୍ତର୍ଜାତୀୟ ଗବେଷଣା ନେଟୱାର୍କ, ନିଯୁକ୍ତି ଫଳାଫଳ ଏବଂ ସ୍ଥାୟିତ୍ୱ ଆଦି ମାନଦଣ୍ଡକୁ ଭିତ୍ତିକରି ଏହି ରାଙ୍କିଙ୍ଗ ପ୍ରଦାନ କରାଯାଇଛି।

ଏହି ସଫଳତାରେ ସନ୍ତୋଷ ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, କ୍ୟୁଏସ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ କିଟ୍‌ର ଶୈକ୍ଷିକ ଉତ୍କର୍ଷତା କ୍ଷେତ୍ରରେ ନିରନ୍ତର ପ୍ରୟାସର ପ୍ରତିଫଳନ। କିଟ୍ ବିଶ୍ୱବିଦ୍ୟାଳୟ ମାତ୍ର ୨୧ ବର୍ଷର ବିଶ୍ୱବିଦ୍ୟାଳୟ ହୋଇଥିବା ବେଳେ ଏହା ଅନେକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ସହ ସମକକ୍ଷ ହୋଇପାରିଛି । ଏହି ସଫଳତା ପାଇଁ ଶ୍ରୀ ସାମନ୍ତ କିଟ୍ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କିଟ୍ ଓ କିସ୍‌ର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ସଫଳତା ପାଇଁ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଇଛନ୍ତି।

Comments are closed, but trackbacks and pingbacks are open.