ସେନାରେ ପିଲାମାନଙ୍କୁ ଭର୍ତି କଲେ ପୁଟିନ : ଆଗକୁ ଭୟଙ୍କର ହୋଇ ପାରେ ୟୁକ୍ରେନ ସହ ଯୁଦ୍ଧ

40

ରୁଷ ୟୁକ୍ରେନ ଯୁଦ୍ଧ କୁ ୨ ମାସ ହେବାକୁ ଥିବାବେଳେ,ପୁଟିନ ୟୁକ୍ରେନ ଉପରେ ଅଧିକ ରୁ ଅଧିକ ଭୟଙ୍କର ହୋଇଛନ୍ତି I ସେ ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରିଛନ୍ତି ଏବଂ ବର୍ତ୍ତମାନ ର ରିପୋର୍ଟ ଅନୁସାରେ ପୁଟିନ ନିଜ ସେନା ର ସଂଖ୍ୟା ବଢାଇବା ପାଇଁ ଅଧିକ ସଂଖ୍ୟକ ପିଲା ମାନଙ୍କୁ ସେନାରେ ଭର୍ତି କରୁଛନ୍ତି I ମାନବ ଅଧିକାର ସଂଗଠନ କହିଛି ଯେ, ଏହି ଯୁଦ୍ଧରେ ଋଷର ଅନେକ ସୈନ୍ୟଙ୍କ ମୃତ୍ୟୁ ହୋଇଛି । ଏମିତିରେ ସେମାନଙ୍କର ଅଭାବ ପୂରଣ ପାଇଁ ପିଲାମାନଙ୍କୁ ସୈନ୍ୟ ନିଯୁକ୍ତି ଦେଉଛି ।

‘ଡେଲି ମେଲ୍’ର ରିପୋର୍ଟ ଅନୁସାରେ, ମାନବାଧିକାର ସଂଗଠନ ଅଭିଯୋଗ କରିଛି ଯେ, ଋଷ ୧୬ ବର୍ଷର ପିଲାମାନଙ୍କୁ ସେନାରେ ଭର୍ତ୍ତି କରୁଛି । ଜଣେ ଅଧିକାରୀ କହିଛନ୍ତି ଯେ, କ୍ରେମଲିନ୍ ପୂର୍ବ ୟୁକ୍ରେନରେ ନିଜର ସୈନ୍ୟ ବୃଦ୍ଧି ପାଇଁ ପିଲାମାନଙ୍କୁ ଭର୍ତ୍ତି କରୁଛି । ପ୍ରାୟ ୩୦,୦୦୦ ପିଲାଙ୍କୁ ଭର୍ତ୍ତି କରିସାରିଲାଣି । କାରଣ ଏହି ସଂଖ୍ୟାରେ ସୈନ୍ୟ ଯୁଦ୍ଧରେ ପ୍ରଭାବିତ ହେଉଛନ୍ତି ।

ସେପଟେ ୟୁକ୍ରେନ କହିଛି ଯେ, ପିଲାମାନଙ୍କୁ ସେନାରେ ଭର୍ତ୍ତି କରିବା ଜେନେଭା କନଭେନସନର ଉଲ୍ଲଂଘନ । ୟୁକ୍ରେନ ଏହି ଘଟଣାର ତଦନ୍ତ ଦାବି କରିଛି । ମାନବ ଅଧିକାର ସଂଗଠନ ଅଭିଯୋଗ କରିଛି ଯେ, ପିଲାମାନଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ତାଲିମ ଦିଆଯାଉଛି । ଖୁବଶୀଘ୍ର ସେମାନଙ୍କୁ ଯୁଦ୍ଧ ମୈଦାନକୁ ପଠାଯିବ । ତାଲିମରେ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣଠାରୁ ଆରମ୍ଭ କରି ସାମରିକ ଏବଂ ପ୍ରତିରକ୍ଷା କୌଶଳ ଶିକ୍ଷା ଦିଆଯାଉଛି ।

Comments are closed, but trackbacks and pingbacks are open.