ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଟିନ୍‌ଙ୍କ ପ୍ରଶଂସା: ମୋଦୀ ସଚ୍ଚା ଦେଶଭକ୍ତ, ଭାରତର ଭବିଷ୍ୟତ ଉଜ୍ଜ୍ୱଳ

29

ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ମୋଦୀ ଜଣେ ସଚ୍ଚା ଦେଶଭକ୍ତ ବୋଲି ପୁଟିନ୍ କହିଛନ୍ତି । ନ୍ୟୁଜ୍ ଏଜେନ୍ସି ରୟଟର୍ସ ଅନୁସାରେ ପୁଟିନ୍ କହିଛନ୍ତି, ମୋଦୀଙ୍କ ନେତୃତ୍ୱରେ ଭାରତ ବିକାଶ କ୍ଷେତ୍ରରେ ଜବରଦସ୍ତ ସଫଳତା ହାସଲ କରିଛି । ମସ୍କୋରେ ଭାଲ୍‌ଡାଇ ଡିସ୍‌କସନ୍ କ୍ଲବ୍‌ର ୧୯ତମ ବାର୍ଷିକ ବୈଠକରେ ପୁଟିନ୍ କହିଛନ୍ତି, ଭାରତର ଭବିଷ୍ୟତ ଉଜ୍ଜଳ । ମୋଦୀଙ୍କ ମେକ୍ ଇନ୍ ଇଣ୍ଡିଆ ବିଚାରରେ ଇକୋନୋମିକ୍ସ ଏବଂ ଏଥିକ୍ସ ମାନ୍ୟତା ମିଳିଛି । ଏହି ଅବସରରେ ‘ଭବିଷ୍ୟତ ଭାରତର’ ବୋଲି ପୁଟିନ୍ କହିଛନ୍ତି । କାରଣ ଏହା ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର । ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ସେ କହିଛନ୍ତି, ମୋଦୀ ଜଣେ ଆଇସ୍ ବ୍ରେକର୍ । ସେ ନିଜର ନାଗରିକଙ୍କ ହିତର ରକ୍ଷା କରିବା ଭଲଭାବେ ଜାଣିଛନ୍ତି । ଇଣ୍ଡିପେଣ୍ଡେଣ୍ଟ୍ ଫରେନ୍ ପଲିସି ଲାଗୁ କରିବାରେ ମାହିର ଲୋକଙ୍କ ମଧ୍ୟରେ ମୋଦୀ ଅନ୍ୟତମ ବୋଲି ସେ କହିଥିଲେ । ବହୁ ପାଶ୍ଚାତ୍ୟ ଦେଶ ଭାରତ ଉପରେ କେତେକ ମାମଲାରେ ପ୍ରତିବନ୍ଧ ଲଗାଇବାକୁ ଉଦ୍ୟମ କରିଥିଲେ । ଏହା ସତ୍ତ୍ୱେ ମୋଦୀ ସେହି ଦେଶଗୁଡ଼ିକର ଉଦ୍ଦେଶ୍ୟକୁ ବିଫଳ କରିଦେଇଛନ୍ତି ବୋଲି ପୁଟିନ୍ କହିଛନ୍ତି । ସେ ଆହୁରି କହିଛନ୍ତି, ଆମେ ପରସ୍ପରକୁ ସମଥଁନ କରିଆସିଛୁ ଏବଂ ଏବେ ବି କରୁଛୁ । ଏହା ଆଗାମୀ ଦିନରେ ଜାରି ରହିବ ବୋଲି ପୁଟିନ୍ ଆଶା କରିଥିଲେ ।
ବୈଠକ ଅବସରରେ ପୁଟିନ୍ ରୁଷ୍‌-ଭାରତ ସମ୍ବନ୍ଧ ଉପରେ ମଧ୍ୟ କହିଥିଲେ । ସେ କହିଥିଲେ, ରୁଷ ଓ ଭାରତ ମଧ୍ୟରେ ସମ୍ପର୍କ ବହୁ ପୁରୁଣା ଏବଂ ସ୍ୱତନ୍ତ୍ର ମଧ୍ୟ । ଏହି ସମ୍ବନ୍ଧ ଦଶକ ଦଶକ ଧରି ଚାଲିଆସୁଛି । ରୁଷ୍ ପାଇଁ ଭାରତର ସମ୍ବନ୍ଧ ସ୍ୱତନ୍ତ୍ର । ଦୁଇ ଦେଶ ମଧ୍ୟରେ କୌଣସି ବିବାଦ ମଧ୍ୟ ନାହିଁ ବୋଲି ପୁଟିନ୍ କହିଥିଲେ ।
ସୂଚନାଯୋଗ୍ୟ, ମାସକ ତଳେ ଆମେରିକା ମିଡିଆ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କରିଥିଲା । ମିଡିଆ ଲେଖିଥିଲା, ରୁଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ମୋଦୀ ରୁଷ୍ ରାଷ୍ଟ୍ରପତିଙ୍କ ଭର୍ତ୍ସନା କରିଥିଲେ । ପୁଟିନ୍‌କୁ ମୋଦୀ କହିଥିଲେ, ଆଜିର ଯୁବ ଯୁଦ୍ଧର ଯୁଗ ନୁହେଁ । ଏହାର ଜବାବରେ ପୁଟିନ୍ କହିଥିଲେ, ୟୁକ୍ରେନ୍ ସଂଘର୍ଷକୁ ନେଇ ମୁଁ ଆପଣଙ୍କ ସ୍ଥିତି ଜାଣିଛି । ଆମେ ଏହାକୁ ଶୀଘ୍ର ରୋକିବାକୁ ପୂରା ଉଦ୍ୟମ କରିବୁ ।

Comments are closed, but trackbacks and pingbacks are open.