ଘରର ଏହି ଦିଗରେ ଲଗାନ୍ତୁ ରାଧା-କୃଷ୍ଣ ଙ୍କ ଫୋଟୋ

44

ବାସ୍ତୁ ଶାସ୍ତ୍ର ଅନୁସIରେ , ଘରେ ରଖାଯାଇଥିବା ସମସ୍ତ ଜିନିଷର ଶୁଭ ଏବଂ ଉଦ୍ଦିଷ୍ଟ ସ୍ଥାନ ବିଷୟରେ କୁହାଯାଇଥାଏ କାରଣ ଏହାର ପ୍ରଭାବ ଆମ ଜୀବନ ଉପରେ ସିଧାସଳଖ ପଡିଥାଏ I
ଆର୍ଥିକ ସଙ୍କଟରୁ ମୁକ୍ତି, ଦାମ୍ପତ୍ୟ ଜୀବନରେ ପ୍ରେମ ଏବଂ ଘରେ ସୁଖ ଏବଂ ଶାନ୍ତି ପାଇଁ, ଘରେ ଦେବୀ ଦେବତାଙ୍କ ମୂର୍ତ୍ତି ସ୍ଥାପନ କରିବାକୁ କୁହାଯାଇଛି I ସେହିଭଳି ଲୋକମାନେ ଘରେ ବିଭିନ୍ନ ଠାକୁରଙ୍କ ଫୋଟୋ ଓ ମୂର୍ତି ମଧ୍ୟ ସ୍ଥାପନ କରିଥାନ୍ତି I ତେବେ ଏ ସବୁ ଜିନିଷ ଘରେ ରଖିବାବେଳେ ଆମେ ଯଦି ନିର୍ଦିଷ୍ଟ କୋଣ ବା ଦିଗ ପ୍ରତି ଦୃଷ୍ଟି ଦେବା ଏହା ଆମକୁ ମାନସିକ ଶାନ୍ତି ସହିତ ସକରାତ୍ମକ ଶକ୍ତି ଦେଇଥାଏ I କିନ୍ତୁ ଠାକୁର ଙ୍କ ଫୋଟୋ ବା ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ମଧ୍ୟ କିଛି ନିୟମ ରହିଛି I ରାଧା-କୃଷ୍ଣଙ୍କୁ ଅଦୃଶ୍ୟ ପ୍ରେମର ପ୍ରତୀକ ଭାବରେ ବିବେଚନା କରାଯାଏ I ଘରେ ସେମାନଙ୍କ ଚିତ୍ର ରହିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖୀ ହୋଇଥାଏ I ଆସନ୍ତୁ ଜାଣିବା ଘରର କେଉଁ ଦିଗରେ ରାଧା କୃଷ୍ଣ ଙ୍କ ଫୋଟୋ ରଖିବା I

ମୁଖ୍ୟ ଦ୍ୱାରରେ ଲଗାନ୍ତୁ ନାହିଁ :

୧ ଅନେକ ସମୟରେ ଦେଖାଯାଇଥାଏ ଘରର ମୁଖ୍ୟ ଦ୍ୱାରରେ ଆମେ ଯେ କୌଣସି ଠାକୁରଙ୍କ ଫୋଟୋ ଲଗାଇ ଥାଉ I କିନ୍ତୁ ମନେ ରଖନ୍ତୁ ଘରର ମୁଖ୍ୟ ଦ୍ୱାରରେ କେବଳ ଗଣେଜୀଙ୍କ ଫୋଟ ବା ଗଣେଶଙ୍କ ପରିବାର ସହିତ ଫୋଟୋ ଲଗାଇବା ଉଚିତ ଇ ଅଥବା ବାସ୍ତୁ ନିର୍ଦେଶ ଅନୁଯାୟୀ ହନୁମାନ ଜୀ ଙ୍କ ଫୋଟୋ ଲାଗି ପାରିବେ I କିନ୍ତୁ ରାଧା-କୃଷ୍ଣ ଙ୍କ ଫୋଟ ଭୁଲ ରେ ମଧ୍ୟ ମୁଖ୍ୟ ଦ୍ୱାର ରେ ଲଗାନ୍ତୁ ନାହିଁ I

୨ . ଗର୍ଭବତୀଙ୍କ ରୁମରେ ଶ୍ରୀକୃଷ୍ଣଙ୍କ ବାଳ ସ୍ୱରୁପ ଫଟୋ ଲଗାଇବା ଦରକାର । ଏହାଦ୍ୱାରା ନକରାତ୍ମକ ବିଚାର ଆସିନଥାଏ । ଗର୍ଭ ସମୟରେ ଶ୍ରୀକୃଷ୍ଣଙ୍କ ବାଳ ସ୍ୱରୁପ ଫଟୋ ଦେଖିଲେ ସନ୍ତାନ ଉପରେ ଭଲ ପ୍ରଭାବ ପଡ଼ିଥାଏ ।

୩ . ବେଡରୁମରେ ଭଗବାନଙ୍କ ଫଟୋ ଲଗାଇବା କଥା ନୁହେଁ । ହେଲେ ରାଧା-କୃଷ୍ଣଙ୍କ ଫଟୋ ବେଡରୁମରେ ଲଗାଇ ପାରିବେ । ବେଡରୁମରେ ଶ୍ରୀକୃଷ୍ଣଙ୍କ ବାଳ ସ୍ୱରୁପ ଫଟୋ ଲଗାଇବା ବୈବାହିକ ଜୀବନରେ ମଧୁରତା ଆସିଥାଏ ।

୪ . ବେଡରୁମରେ ରାଧା-କୃଷ୍ଣଙ୍କ ଫଟୋ ଉତ୍ତର-ପୂର୍ବ ଦିଗରେ ଲଗାଇବା ଭଲ ହୋଇଥାଏ । ଯଦି ଆଟାଚ ବାଥରୁମ ଥାଏ,ତେବେ ବାଥରୁମ କାନ୍ଥରେ ଫଟୋ ଲଗାନ୍ତୁ ନାହିଁ ।

୫ . ଯଦି ବେଡରୂୁମରେ ରାଧା କୃଷ୍ଣଙ୍କ ଫଟୋ ଲଗାଉଛନ୍ତି,ତେବେ ଏହାର ପୂଜା କରନ୍ତୁ ନାହିଁ । ପୂଚା କରିବାକୁ ଚାହୁଁଥିଲେ ଏଥିପାଇଁ ଆପଣ ପୂଜା ସ୍ଥାନ ହିଁ ବାଛନ୍ତୁ ।

୬ . ଯଦି ବେଡରୁମରେ ରାଧା କୃଷ୍ଣଙ୍କ ଫଟୋ ଲଗାଉଛନ୍ତି, ତେବେ ସେଠାରେ ଅନ୍ୟ ଦେବତା କିମ୍ବା ଗୋପୀଙ୍କୁ ରଖନ୍ତୁ ନାହିଁ ।

୭ . ଯଦି ବେଡରୁମରେ ରାଧା କୃଷ୍ଣଙ୍କ ଫଟୋ ଲଗାଉଛନ୍ତି, ତେବେ ପୂର୍ବ ଦିଗରେ ହିଁ ଲଗାନ୍ତୁ । ହେଲେ ଧ୍ୟାନ ରଖନ୍ତୁ ଏହାକୁ ପୂର୍ବ ଦିଗରେ ହିଁ ଲଗାନ୍ତୁ । ତେବେ ଫଟୋ ଆଡକୁ ଗୋଡ କରନ୍ତୁ ନାହିଁ ।

୮ . ଆପଣଙ୍କର ଚାକିରି କ୍ଷେତ୍ରରେ ସମସ୍ୟା ଲାଗି ରହୁଥିଲେ ଘରର ଉତ୍ତର ଦିଗରେ ଅର୍ଜୁନଙ୍କୁ ଗୀତାର ଉପଦେଶ ଦେଉଥିବା କୃଷ୍ଣ ଙ୍କ ଫୋଟ ଲଗାନ୍ତୁ I ଏମିତି କଲେ ଚାକିରି କ୍ଷେତ୍ରରେ ସମସ୍ୟା ଦୂର ହେବ ।

Comments are closed, but trackbacks and pingbacks are open.