ପୌଷ ପୂର୍ଣ୍ଣିମା ପୂଜା କଲେ କଣ ମିଳିବ?

26

ସଂସ୍କାର ଆଉ ପରମ୍ପରାର ଅଭିନ୍ନ ଉଦାହରଣ ହେଉଛି ହିନ୍ଦୁ ଧର୍ମ । ହିନ୍ଦୁ ଧର୍ମ ଶାସ୍ତ୍ରରେ ରହିଛି ଅନେକ ମହତ୍ବ । ବିଶେଷ କରି ହିନ୍ଦୁ ଧର୍ମରେ ରହିଛି ୧୨ ମାସରେ ୧୩ ପର୍ବ ଆଉ ସେଥିରେ ପୂଜା ପାଆନ୍ତି ୩୬ କୋଟି ଦେବାଦେବି । ପୂଜା ସମୟରେ ପିଠାପଣା, ଫୁଲ ଧୂପ ଆଦିରେ ସାରା ପରିବେଶ ପରିପୂର୍ଣ୍ଣ ରହିଥାଏ । ଯେଉଁଥିରେ ସ୍ନାନ, ଦାନ, ଜପ କରିବାର ବିଶେଷ ମହତ୍ତ୍ୱ ରହିଛି । ପ୍ରତ୍ୟେକ ପୂର୍ଣ୍ଣିମାର ମହତ୍ତ୍ୱ ରହିଛି। ଆଜି ପୌଷ ପୂର୍ଣ୍ଣିମା। ତେବେ ଜ୍ୟୋତିଷ ଶାସ୍ତ୍ରରେ ଆଜି ଦିନକରେ କିଛି ସ୍ୱତନ୍ତ୍ର ଉପାୟ ରହିଛି, ଯାହା ଆପଣାଇବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ।

ଧନସମ୍ପତ୍ତି, ସୁଖ ଏବଂ ସମୃଦ୍ଧି ବୃଦ୍ଧି ହୋଇଥାଏ। ଜାଣନ୍ତୁ..

ଆଜି ସକାଳେ ଓ ସନ୍ଧ୍ୟାରେ ମା’ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ। ଏହା ସହ ଚନ୍ଦ୍ର ଦେବତାଙ୍କୁ ମଧ୍ୟ ଆଳତି କରନ୍ତୁ ପୂଜା କରନ୍ତି । ଚନ୍ଦ୍ର କିରଣରେ କିଛି ସମୟ ବସନ୍ତୁ, ବୁଲନ୍ତୁ । ଯୋଉଁ ମାନଙ୍କର ଚନ୍ଦ୍ର ରାଶିରେ ଭଲରେ ନାହାନ୍ତି ସେମାନେ ଶିବ ଭଗବାନଙ୍କ ଅଭିଷେକ ମଧ୍ୟ କରନ୍ତୁ ।
ପୂଜାରେ ଦେବୀ ଲକ୍ଷ୍ମୀଙ୍କୁ ପଦ୍ମଫୁଲ, ମିଠା ଏବଂ କ୍ଷୀରି ଭୋଗ କରି ମା’ଲକ୍ଷ୍ମୀଙ୍କ ସ୍ତୁତି ପାଠ କରିବେ। ଏହାଦ୍ୱାରା ମା’ଙ୍କ କୃପା ମିଳିଥାଏ।

ରାତ୍ରିରେ ଚନ୍ଦ୍ର ଦେଖିବା ପରେ ଏବଂ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ପରେ ରାତିରେ ୧୧ଟି କଉଡିକୁ ଲାଲ କପଡାରେ ବାନ୍ଧି ଆଲମିରାରେ ରଖନ୍ତୁ। ଏହାଦ୍ୱାରା ଧନସମ୍ପତ୍ତି ଓ ମାନସମ୍ମାନ ବୃଦ୍ଧି ହୋଇଥାଏ।
ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା ପରେ ପ୍ରାର୍ଥନା କରନ୍ତୁ।

ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ସମ୍ମୁଖରେ ଘିଅର ଦୀପ ଲଗାନ୍ତୁ। ଏହି ଦିନ ଦୀପ ଦାନ କରିବା ଶୁଭ ବୋଲି ବିବେଚନା କରାଯାଏ । ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ ଘର, ମନ୍ଦିର, ଅଶ୍ୱତ୍ଥ ବୃକ୍ଷ ଏବଂ ତୁଳସୀ ବୃକ୍ଷ ନିକଟରେ ସନ୍ଧ୍ୟାରେ ଦୀପ ଲଗାଇବା ଉଚିତ।

Comments are closed, but trackbacks and pingbacks are open.