ଭୁବନେଶ୍ବର: ଆଜି ତୁରନ୍ତ ପୁରୀରେ ନୂଆ ଜିଲ୍ଲାପାଳ ଏବଂ ଏସପି କାର୍ଯ୍ୟରେ ଯୋଗଦେଇଛନ୍ତି। ଜିଲ୍ଲାପାଳ ଚଞ୍ଚଳ ରଣା ଏବଂ ଏସପି ଭାବେ ପିନାକ ମିଶ୍ର ଦାୟିତ୍ବ ନେଇ ପଦକ୍ଷେପ ଆରମ୍ଭ କରିଛନ୍ତି। ଉଭୟ ପୂର୍ବରୁ ଏହି ଦୁଇଜଣ ପୁରୀରେ କାର୍ଯ୍ୟ କରୁଥିଲେ। ଏସପି ପିନାକ ମିଶ୍ର ଗୁଣ୍ଡିଚା ମନ୍ଦିରରେ ଆଗରେ ଉପସ୍ଥିତ ରହି ଭକ୍ତମାନଙ୍କୁ ଧାଡିରେ ଯିବାକୁ କହୁଥିବାର ଦେଖିବାକୁ ମିଳିଥିଲା। ଉଭୟ କିଛି ସମୟ ବ୍ୟବସ୍ଥା ତଦାରଖ କରିବା ପରେ ସେମାନେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ, ବର୍ତ୍ତମାନ ସମସ୍ତ କାର୍ଯ୍ୟ ଠିକଠାକ ଚାଲିଛି। ପ୍ରଭୃଙ୍କ ଆଡପ ବିଜେ ଦର୍ଶନ ଏବଂ ବାହୁଡା ପାଇଁସମସ୍ତ ବନ୍ଦୋବସ୍ତ କରାଯାଉଛି।
Comments are closed, but trackbacks and pingbacks are open.