ପୁରୀ: ପୁଣି ଚର୍ଚ୍ଚାରେ ବଳଙ୍ଗା ନାବାଳିକା ପୋଡି ମୃତ୍ୟୁ ଘଟଣା । ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପୀଡିତାଙ୍କ ବୟାନ ରେକର୍ଡର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆ ଭାଇରଲ ହେଉଛି । କିଏ ଓ କାହିଁକି ଏମିତି ଭିଡିଓ ଭାଇରାଲ କରିଛି ତାହା କାରଣ ଅସ୍ପଷ୍ଟ ରହିଛି । ତେବେ ଭିଡିଓଟି ତଦନ୍ତ ସମୟର ବୋଲି ଜଣାପଡୁଛି । ଭାଇରାଲ୍ ଭିଡିଓଟିରେ ଜଣେ ମହିଳା ଅଧିକାରୀ ପୀଡ଼ିତାଙ୍କଠାରୁ ବୟାନ ରେକର୍ଡ କରୁଛନ୍ତି । ସେ ପୀଡ଼ିତାଙ୍କୁ ବିଭିନ୍ନ ପ୍ରଶ୍ନ କରୁଛନ୍ତି , ଯେଉଁଠି କେବଳ ସ୍ବୀକୃତିପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ସୁଯୋଗ ମିଳିଥିଲା । ହସ୍ପିଟାଲ କର୍ମଚାରୀଙ୍କୁ ମଧ୍ୟ ସେଠାରେ ରଖାଯାଇନଥିଲା । ତେବେ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଆସିବା କଥା ନୁହେଁ କେମିତି ଆସିଲା ତାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି । ଏହା ଏକ ସମ୍ବେଦନଶୀଳ ଘଟଣା । ଏହା କୌଣସି ପରିସ୍ଥିତିରେ ବାହାରକୁ ଆସିବା ଉଚିତ୍ ନୁହଁ । କିଏ ଏହାକୁ ସର୍ବସାଧାରଣ କରିଛି ? ତାକୁ ନେଇ ପ୍ରଶ୍ନ ଉଠିଛି ।
ଅନ୍ୟପଟେ ସୋସିଆଲ ମିଡିଆରେ ଭାଇରାଲ୍କୁ ନେଇ ପୁରୀ ଏସ୍ପି ପ୍ରେସମିଟ୍ କରି କହିଛନ୍ତି କି ଭିଡିଓ କିଏ ଏବଂ କାହିଁକି ଭାଇରାଲ୍ କଲେ ତାର ଅନୁସନ୍ଧାନ ହେଉଛି। ସାଇବର ଟିମ୍, କ୍ରାଇମବ୍ରାଞ୍ଚ ସହଯୋଗରେ ଭାଇରାଲ ଭିଡିଓର ତଦନ୍ତ ହେବ। ଏଭଳି ସମ୍ବେଦନଶୀଳ ଘଟଣାରେ ଭିଡିଓ ଭାଇରାଲ୍ କରିବା ଉଚିତ ନୁହେଁ। ଆଇନ ଅନୁଯାୟୀ ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ରେକର୍ଡ କରାଯାଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ, କୋର୍ଟଙ୍କୁ ଅବଗତ କରାଯିବ ବୋଲି ଏସପି ପୀନାକ ମିଶ୍ର କହିଛନ୍ତି।
Comments are closed, but trackbacks and pingbacks are open.