ପୁରୀ-ଗୁଣୁପୁର ଯାତ୍ରୀବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ

19

ପୁରୀ : ପୁରୀ ରେଳ ଷ୍ଟେସନରେ ଅଘଟଣ । ଷ୍ଟେସନ୍କୁ ଫେରିବାବେଳେ ପୁରୀ -ଗୁଣପୁର ଯାତ୍ରୀବାହୀ ଟ୍ରେନ ହୋଇଛି ଲାଇନଚ୍ୟୁତ । ପ୍ଲାଟଫର୍ମ ନମ୍ବର-୧ରେ ଟ୍ରାକରୁ ଖସି ଯିବାରୁ ସାଇଡ ହୋଇ ରହିଯାଇଛି ପାସେଞ୍ଜର ଟ୍ରେନ । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାଯାଇଛି ।

ତେବେ ପୁରୀ-ଗୁଣୁପୁର ଏକ୍ସପ୍ରେସ୍‌ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହେବା ଯୋଗୁଁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ମଙ୍ଗଳବାର ମଧ୍ୟାହ୍ନ 4 ଟା ବେଳେ ଟ୍ରେନ ଟି ଷ୍ଟେସନ ରେ ଯାତ୍ରୀ ମାନଙ୍କୁ ଛାଡ଼ି ପୁନର୍ବାର ଟ୍ରାକ ରେ ପ୍ରସ୍ତୁତ ହେଉଥିବା ବେଳେ 5 ନମ୍ବର ପ୍ଲାଟଫର୍ମ ରେ ଟ୍ରେନ ଟି ଲାଇନଚ୍ୟୁତ ହୋଇଛି ।ବର୍ତ୍ତମାନ ସୁଦ୍ଧା ଟ୍ରେନ ଟିକୁ ଲାଇନରେ ଆଣିବା ପାଇଁ କର୍ମଚାରୀ ମାନେ ପ୍ରଚେଷ୍ଟା ଚଳେଇଛନ୍ତି ।ଘଟଣାସ୍ଥଳକୁ ବରିଷ୍ଠ ଅଧିକାରୀଙ୍କ ସମେତ ଟେକ୍ନିକାଲ ଓ ନନ୍‌ଟେକ୍ନିକାଲ ଟିମ୍‌ ପହଞ୍ଚିଛନ୍ତି। ଲାଇନ୍‌ଚ୍ୟୁତ ହୋଇଥିବା ବଗିକୁ ଟ୍ରାକ୍‌କୁ ‌ଆଣିବା ପାଇଁ ଉଦ୍ୟମ ଜାରି ରହିଛି।

Comments are closed, but trackbacks and pingbacks are open.