ଟିକାକରଣରେ ଓଡ଼ିଶାର ମାଇଲଷ୍ଟୋନ : ୬ କୋଟି ଅତିକ୍ରମ କଲା

21

ରାଜ୍ୟରେ ତଥା ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ଆଶାଜନକ ଭାବରେ ହ୍ରାସ ପାଉଛି I ଓଡ଼ିଶାରେ ବର୍ତ୍ତମାନ ଦୈନିକ ସଂକ୍ରମଣ ଲଗାତାର ହଜାରେ ତଳକୁ ରହୁଛି I ବ୍ୟାପକ ଟୀକାକରଣ ,କୋଭିଡ ଗାଇଡ଼ ଲାଇନର ସଠିକ ଅନୁପାଳନ ତଥା ଜନସଚେତନତା ପାଇଁ କରୋନା ର ତୃତୀୟ ଲହର ର ଭୟାବହତା କମିଛି I ତେବେ ଏହାରି ମଧ୍ୟରେ ରାଜ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଆଶ୍ୱସ୍ତିକର ଖବର ଦିଆଯାଇଛି । ରାଜ୍ୟରେ କରୋନା ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛି । ରାଜ୍ୟରେ ୬ କୋଟି ଡୋଜ ଅତିକ୍ରମ କରିସାରିଛି ଟିକାକରଣ । ସେହିପରି ପ୍ରଥମ ଡୋଜ ନେଲେଣି ୯୯ ପ୍ରତିଶତରୁ ଅଧକ ଲୋକ । ଏନେଇ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ଏପର୍ଯ୍ୟନ୍ତ ୩ କୋଟି ୨୬ ଲକ୍ଷ ପ୍ରଥମ ଡୋଜ୍, ୨ କୋଟି ୬୬ ଲକ୍ଷ ଦ୍ୱିତୀୟ ଡୋଜ୍, ୭ ଲକ୍ଷ ୬୧ ହଜାର ପ୍ରିକସନ୍ ଡୋଜ୍ ଏବଂ ୧୫ରୁ ୧୮ ବର୍ଷ ୨୪ ଲକ୍ଷ ଡୋଜ୍ ଦିଆସରିଛି ।
ସୂଚନାନୁସାରେ , କରୋନା ମହାମାରୀ ବିରୋଧୀ ଲଢ଼େଇରେ ଟିକାକୁ ସବୁଠୁ ପ୍ରମୁଖ ଅସ୍ତ୍ର ବୋଲି କୁହାଯାଉଛି । ସମଗ୍ର ବିଶ୍ୱରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଦେଶରେ ୧୭୪ କୋଟି ଉଦ୍ଧ୍ୱର୍ ଡୋଜ ଦିଆସାରିଥିବା ବେଳେ, ୭୬.୧ କୋଟି ଲୋକଙ୍କୁ ଉଭୟ ଡୋଜ ନେଇସାରିଛନ୍ତି ।

Comments are closed, but trackbacks and pingbacks are open.