ଅକାଳି ନେତା ବିକ୍ରମ ସିଂହ ମଜିଠିଆଙ୍କୁ ଗିରଫ କଲା ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ

198

ନୂଆଦିଲ୍ଲୀ: ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ ଆଜି ଅକାଳି ନେତା ତଥା ପୂର୍ବତନ ମନ୍ତ୍ରୀ ବିକ୍ରମ ସିଂହ ମଜିଠିଆଙ୍କୁ ଗିରଫ କରିଛି। ପୂର୍ବରୁ ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ ମଜିଠିଆଙ୍କ ପ୍ରାୟ ୨୫ଟି ସ୍ଥାନରେ ଚଢ଼ାଉ କରିଥିଲା। ଏହା ପରେ ତାଙ୍କୁ ଅମୃତସରସ୍ଥିତ ତାଙ୍କ ଘରୁ ଗିରଫ କରାଯାଇଥିଲା। ଏ ସମ୍ପର୍କରେ ମଜିଠିଆଙ୍କ ପତ୍ନୀ ଏବଂ ଅକାଳି ଦଳ ବିଧାୟକ ଗନିବ କୌର ମଜିଠିଆ ଦାବି କରିଛନ୍ତି ଯେ, ବ୍ୟୁରୋର ଏକ ୩୦ ଜଣିଆ ଦଳ ସେମାନଙ୍କ ଘରେ ପ୍ରବେଶ କରିଛି। ଗିରଫଦାରୀର ଭିଡିଓ ସେୟାର କରି ମଜିଠିଆ X ରେ ଲେଖିଛନ୍ତି ଯେ, “ମୁଁ ଗୁରୁ ସାହିବଙ୍କ ପୁଅ। ମୁଁ ପଞ୍ଜାବର ପ୍ରସଙ୍ଗ ଉଠାଇଛି ଏବଂ ଭବିଷ୍ୟତରେ ମଧ୍ୟ ସେଗୁଡ଼ିକୁ ଉଠାଇବି।” ଗିରଫଦାରୀ ପୂର୍ବରୁ ବିକ୍ରମ ମଜିଠିଆ ‘X’ ରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ କିଛି ଲୋକ ଅମୃତସରସ୍ଥିତ ତାଙ୍କ ଘରେ ଦେଖାଯାଇଛନ୍ତି। ମଜିଠିଆ ପୂର୍ବରୁ କହିଥିଲେ ଯେ ଭଗବନ୍ତ ମାନ ସରକାର ତାଙ୍କ ବିରୁଦ୍ଧରେ ଏକ ମିଥ୍ୟା ମାମଲା ପଞ୍ଜିକରଣ କରିବାକୁ ପ୍ରସ୍ତୁତ ହେଉଛି। କାରଣ ଡ୍ରଗ୍ସ ମାମଲାରେ ତାଙ୍କ ବିରୁଦ୍ଧରେ କିଛି ପାଇନାହିଁ। ମଜିଠିଆ କହିଥିଲେ ଯେ, “ଭଗବନ୍ତ ମାନ ଜୀ, ଏହା ବୁଝନ୍ତୁ, ଆପଣ ଯେତେ ଏଫଆଇଆର ଦାୟର କଲେ ମଧ୍ୟ, ମୁଁ ଭୟ କରିବି ନାହିଁ। କିମ୍ବା ଆପଣଙ୍କ ସରକାର ମୋ ସ୍ୱରକୁ ଦବାଇ ପାରିବ ନାହିଁ। ମୁଁ ସବୁବେଳେ ପଞ୍ଜାବର ସମସ୍ୟା ବିଷୟରେ କହିଆସିଛି ଏବଂ ଏହା ଜାରି ରଖିବି।”

Comments are closed, but trackbacks and pingbacks are open.