ପଞ୍ଜାବ ନିର୍ବାଚନ : କ୍ୟାପଟେନ ଅମରିନ୍ଦର ସିଂ ବିଜେପି ସହିତ ମିଶି ଲଢ଼ିବେ

15

ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ କୁ ନେଇ ଯେଉଁ ଘୋଷଣା କୁ ଅପେକ୍ଷା କରାଯାଇଥିଲା ଶେଷରେ ତାହା ସ୍ପଷ୍ଟ ହୋଇଯାଇଛି I ଶୁକ୍ରବାର ପଞ୍ଜାବ ର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ପଞ୍ଜାବ ଦାୟିତ୍ୱରେ ଥିବା ବିଜେପି ପ୍ରଭାରୀ ଗଜେନ୍ଦ୍ର ସିଂ ଶେଖାୱତ ଙ୍କୁ ଭେଟିଥିଲେ I ଏହି ସାକ୍ଷାତ ଆଲୋଚନା ପରେ ଘାସନ କରାଯାଇଥିଲା କି ଆଗାମୀ ବିଧାନସଭା ନିର୍ବାଚନରେ ​​କ୍ୟାପଟେନ ଅମରୀନ୍ଦ୍ର ସିଂ ବିଜେପି ସହିତ ମିଳିତ ଭାବରେ ବିଧାନ ସଭା ନିର୍ବାଚନ ଲଢ଼ିବେ ଇ
ଏହା ସହିତ କ୍ୟାପ୍ଟେନ ଅମରିନ୍ଦର ସିଂ କହିଛନ୍ତି ଯେ ଆମେ ନିଶ୍ଚିତ ଭାବେ ପଞ୍ଜାବ ବିଧାନସଭା ନିର୍ବାଚନରେ ​​ଜିତିବା ଏବଂ ଏଥିରେ ଆସନ ବାଣ୍ଟିବାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ଅନ୍ୟପକ୍ଷରେ, ଅମରିନ୍ଦର ସିଂଙ୍କ ଦଳ ସହିତ ପଞ୍ଜାବ ବିଧାନସଭା ନିର୍ବାଚନରେ ​​ଲ ଢିବେ ବୋଲି ଗଜେନ୍ଦ୍ର ସିଂ ଶେଖୱାତ କହିଛନ୍ତି।

ସୂଚନା ଥାଉ କି ପଞ୍ଜାବର ଶିରୋମଣି ଅକାଳି ଦଳ ସହ ବିଜେପିର ଦୀର୍ଘ ଦିନର ମେଣ୍ଟ ରହିଥିଲା, କିନ୍ତୁ କେନ୍ଦ୍ରର ତିନୋଟି ବିବାଦୀୟ କୃଷି ଆଇନ ପ୍ରସଙ୍ଗରେ ଉଭୟ ଦଳର ମେଣ୍ଟ ଭାଙ୍ଗି ଯାଇଥିଲା।

Leave A Reply

Your email address will not be published.