ପଞ୍ଜାବ ନିର୍ବାଚନ: ଭଗୱନ୍ତ ମାନ ହେଉଛନ୍ତି ‘ଆପ’ ର ଚେହେରା

0 16

ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ‘ଆପ୍’ ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି ‘ଆମ ଆଦମୀ ପାର୍ଟି’ର ରାଷ୍ଟ୍ରୀୟ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମୋହାଲି ଠାରେ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲଙ୍କ ଘୋଷଣା ମୁତାବକ ଭଗୱନ୍ତ ମାନ ହିଁ ଆପର ମୁଖ୍ୟମନ୍ତ୍ରୀ ଚେହେରା । ଏହା ପୂର୍ବରୁ ଆମ୍ ଆଦମୀ ପାର୍ଟି ତରଫରୁ ଏକ ପବ୍ଲିକ ଭୋଟିଂ କରି ଲୋକଙ୍କ ମତାମତ ନିଆଯାଇଥିଲା ।ଏନେଇ ଦଳ ପକ୍ଷରୁ ଦାବି କରାଯାଇଛି କି ପଞ୍ଜାବର ୨୧ ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ରାୟ ଦେଇଥିଲେ । ଫୋନ କଲ ଓ ମେସେଜ Punjab elections: Bhagwant Man is the face of ‘AAP’ମାଧ୍ୟମରେ ପଞ୍ଜାବ ଭୋଟରମାନେ ସେମାନଙ୍କ ମତ ଦେଇଥିଲେ । ସେହିଅନୁସାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଆସନ ପାଇଁ ‘ଆପ’ ର ପ୍ରାର୍ଥୀ ଚୟନ ପ୍ରକ୍ରିୟା ହୋଇଥିଲା ।
ରାଜନୀତିକୁ ଆସିବା ପୂର୍ବରୁ ସେ ଜଣେ ଜଣାଶୁଣା ହାସ୍ୟ ଅଭିନେତା ଥିଲେ। କମେଡି ଜଗତରେ ଅନେକ ନାଁ ହାସଲ କରିବା ପରେ ସେ ଆପ୍‌ରେ ସାମିଲ ହୋଇଥିଲେ I ତେବେ ୪୮ ବର୍ଷୀୟ ଭଗୱନ୍ତ ମାନ ରାଜନୀତିକୁ ଆସିବା ପୂର୍ବରୁ ନିଜ ପରିବାରକୁ ଛାଡି ସାରିଛନ୍ତି। ସେ ୨୦୧୪ରେ ଆମ୍‌ ଆଦମୀ ପାର୍ଟିରେ ସାମିଲ ହୋଇଥିଲେ। ଏହାପରେ ୨୦୧୭ରେ ଦଳ ତାଙ୍କୁ ପଞ୍ଜାବ ୟୁନିଟ୍‌ ମୁଖ୍ୟ କରିଥିଲା। ସେ ଦୁଇ ଥର ସାଙ୍ଗରୁର ଆସନରୁ ଲୋକସଭା ନିର୍ବାଚନ ଜିତିଛନ୍ତି।
ସୂଚନାନୁସାରେ ଆସନ୍ତା ଫେବୃଆରୀ ୧୪ ରେ ହେବାକୁ ଥିବା ପଞ୍ଜାବ ନିର୍ବାଚନକୁ ଗୁରୁ ରବିଦାସ ଜୟନ୍ତି କାରଣରୁ ଏହାକୁ ଫେବୃଆରୀ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ଆପ୍ ପକ୍ଷରୁ ବିଧାନସଭାର ୧୧୭ ଆସନ ମଧ୍ୟରୁ ମୋଟ ୧୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି ।

Leave A Reply

Your email address will not be published.