ଇଡି ହାତରେ ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ସଞ୍ଜୀବ ଆରୋରା: ଚଣ୍ଡିଗଡ଼ ବାସଭବନରୁ ଗିରଫ

199

ନୂଆଦିଲ୍ଲୀ: ପଞ୍ଜାବ ରାଜନୀତିରେ ଶନିବାର ଏକ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ତଥା ଆମ୍ ଆଦ୍‌ମୀ ପାର୍ଟି (ଏଏପି)ର ବରିଷ୍ଠ ନେତା ସଞ୍ଜୀବ ଆରୋରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ଶନିବାର ସକାଳେ ଇଡିର ଏକ ସ୍ୱତନ୍ତ୍ର ଦଳ ଚଣ୍ଡିଗଡ଼ସ୍ଥିତ ତାଙ୍କ ସରକାରୀ ବାସଭବନରେ ଚଢ଼ାଉ କରିବା ସହ ଦୀର୍ଘ ସମୟ ଧରି ଜେରା କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୂତ୍ର ଅନୁଯାୟୀ, ମନି ଲଣ୍ଡରିଂ, ଫେମା (FEMA) ନିୟମର ଉଲ୍ଲଂଘନ ଏବଂ ଜମି ସମ୍ବନ୍ଧୀୟ ସନ୍ଦେହଜନକ ଆର୍ଥିକ କାରବାର ମାମଲାରେ ଇଡି ଏହି ତଦନ୍ତ କରୁଛି। କେବଳ ଚଣ୍ଡିଗଡ଼ ନୁହେଁ, ବରଂ ଲୁଧିଆନା, ଜଳନ୍ଧର ଏବଂ ଗୁରୁଗ୍ରାମ ସମେତ ଏକାଧିକ ସହରରେ ଆରୋରାଙ୍କ ପରିବାର ଓ ତାଙ୍କ ସହ ଜଡ଼ିତ କମ୍ପାନୀଗୁଡ଼ିକର କାର୍ଯ୍ୟାଳୟରେ ମଧ୍ୟ ଏକକାଳୀନ ଚଢ଼ାଉ କରାଯାଇଛି।

Comments are closed, but trackbacks and pingbacks are open.