ପୁଲୱାମା : ଆତଙ୍କବାଦୀ ଆକ୍ରମଣରେ ଶ୍ରମିକ ଙ୍କ ମୃତ୍ୟୁ

17

କାଶ୍ମୀର : ଜାମ୍ମୁ କାଶ୍ମୀର ପୁଲୱାନାର ଗଦୁରା ଅଞ୍ଚଳରେ ଆତଙ୍କବାଦୀ ଙ୍କ ଗ୍ରେନେଡ଼ ଆକ୍ରମଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏବଂ ଏଠି ସହିତ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି I ଖବର ପାଇ ସେନା ଓ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ। ତେବେ ସେତେବେଳେକୁ ଆତଙ୍କବାଦୀମାନେ ସେଠାରୁ ଫେରାର ହୋଇ ଯାଇଥିଲେ। ସେମାନଙ୍କୁ ଧରିବା ପାଇଁ ପୂରା ଅଞ୍ଚଳକୁ କର୍ଡନ କରାଯାଇଛି। ସର୍ଚ୍ଚ ଅପରେସନକୁ ମଧ୍ୟ ଜୋରଦାର କରାଯାଇଛି। ଆହତଙ୍କୁ ନିକଟରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିଚୟ ବିହାରର ମହମ୍ମଦ ମୁମତାଜ ରୂପେ ହୋଇଛି । ଅନ୍ୟ ଦୁଇ ଆହତ ହେଲେ ବିହାର ରାମପୁରର ମହମ୍ମଦ ଆରିଫ ଏବଂ ମହମ୍ମହ ମଜବୁଲ ।

ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ ୫ରେ ଧାରା ୩୭୦ର ଉଚ୍ଛେଦକୁ ତିନି ପୁରୁଛି । ଏହା ପୂର୍ବରୁ ଆତଙ୍କୀମାନେ ଏହି ଆକ୍ରମଣ କରିଛନ୍ତି । ସୂତ୍ର ଅନୁସାରେ ପୁଲୱାମାର ଗଦୁରା ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରି ଆତଙ୍କୀମାନେ ଗ୍ରେନେଡ୍ ଆକ୍ରମଣ କରିଥିଲେ । ଆତଙ୍କବାଦୀ ଖୋଜିବା ପାଇଁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସୁରକ୍ଷାକର୍ମୀଙ୍କ ଏକ ମିଳିତ ଟିମ (ପୋଲିସ, ସେନା, ସିଆରପିଏଫ) ଅଭିଯାନ ଆରମ୍ଭ କରିଛନ୍ତି।

Comments are closed, but trackbacks and pingbacks are open.