ପିୟୁସି ସାର୍ଟିଫିକେଟ ଥିଲେ ମିଳିବ ତେଲ, ଆସିଲା ନୂଆ ନିୟମ

121

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ପିୟୁସି ସାର୍ଟିଫିକେଟ ନାହିଁ ତ ତେଲ ନାହିଁ । ଆପଣଙ୍କ ଗାଡିର ପିୟୁସି ସାର୍ଟିଫିକେଟ୍ ନାହିଁ ତେବେ ପେଟ୍ରୋଲ ପମ୍ପରେ ତେଲ ମିଳିବନାହିଁ । ରାଜ୍ୟର ପରିବହନ ମନ୍ତ୍ରୀ ପ୍ରତାପ ସରନାଇକ୍ ନିକଟରେ ଏହି ପ୍ରସ୍ତାବକୁ ମଞ୍ଜୁରି ନେଇ ସୂଚନା ଦେଇଥିଲେ । ଏହି ନୀତି ଅନୁସାରେ ଚାଳକଙ୍କୁ ନିଜ ଗାଡି ପାଇଁ ବୈଧ ପିୟୁସି ସାର୍ଟିଫିକେଟ୍ ଦେଖାଇବାକୁ ପଡିବ । ଏହା ପରେ ତେଲ ପକାଇବାକୁ ଅନୁମତି ମିଳିବ । ମହାରାଷ୍ଟ୍ରର ଅନେକ ସହର ଯଥା ମୁମ୍ବାଇ, ପୁଣେ, ନାଗପୁର ଓ ନାସିକରେ ବାୟୁ ପ୍ରଦୂଷଣ ତୀବ୍ର ଗତିରେ ବଢିବାକୁ ଲାଗୁଛି । ପୁରୁଣା ପେଟ୍ରୋଲ ଓ ଡିଜେଲ ଗାଡି ଅଧିକ ଧୁଆଁ ଛାଡୁଛନ୍ତି । ଅନେକ ଚାଳକ ପିୟୁସି ସାର୍ଟିଫିକେଟ୍ କରୁନାହାଁନ୍ତି କିମ୍ବା ନକଲି ସାର୍ଟିଫିକେଟ୍ କରିଦେଉଛନ୍ତି । ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଚେଷ୍ଟା କେବଳ କାଗଜରେ ନରହି ବାସ୍ତବରେ ପରିବେଶ ଯେପରି ପ୍ରଦୂଷଣମୁକ୍ତ ରହିବ ସେଥିପାଇଁ ସରକାର ଏମିତି ପଦକ୍ଷେପ ଉଠାଇଛନ୍ତି ।

Comments are closed, but trackbacks and pingbacks are open.