ଆଇଏଏସ୍ ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ‘ପବ୍ଲିସିଟି ଷ୍ଟଣ୍ଟ୍‌’, ଗୁଜରାଟ ନିର୍ବାଚନ ପର୍ଯ୍ୟବେକ୍ଷକ ପଦରୁ ହଟିଲେ

31

ଅହମ୍ମଦାବାଦ: ପବ୍ଲିସିଟି ଷ୍ଟଣ୍ଟ୍ ଜଣେ ଆଇଏଏସ୍ ଅଧିକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ୟୁପି କ୍ୟାଡର୍‌ର ଆଇଏଏସ୍ ଅଧିକାରୀ ଅଭିଷେକ ସିଂହଙ୍କୁ ନିର୍ବାଚନ କମିଶନ୍ ଗୁଜରାଟ ନିର୍ବାଚନର ପର୍ଯ୍ୟବେକ୍ଷକ ପଦରୁ ହଟାଇ ଦେଇଛନ୍ତି । ପବ୍ଲିସିଟି ଷ୍ଟଣ୍ଟ୍ ଭାବେ ସେ ଭାବେ ସେ ନିଜ ପୋଷ୍ଟିଂର ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିବା କାରଣରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯାଇଛି । ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ୨୦୧୧ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ନିଜ ପୋଷ୍ଟିଂକୁ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର୍ କରିବା ସହ ନିଜ ପୋଜିସନ୍‌କୁ ପବ୍ଲିସିଟି ଷ୍ଟଣ୍ଟ୍ ଭାବେ ବ୍ୟବହାର କରିଛନ୍ତି । କମିଶନ ମାମଲାକୁ ଗମ୍ଭୀରତା ସହ ନେଇ ତାଙ୍କୁ ଗୁଜରାଟ ନିର୍ବାଚନର ପର୍ଯ୍ୟବେକ୍ଷକ ଭାବେ ପ୍ରଦାନ କରାଯାଇଥିବା ଦାୟିତ୍ୱରୁ ମୁକ୍ତ କରିଛି ।
ଅଭିଷେକ ସିଂହ ଗୁରୁବାର ଟ୍ୱିଟର୍ ଆକାଉଣ୍ଟ୍‌ରେ ଦୁଇଟି ଫଟୋ ଶେୟାର୍ କରିଥିଲେ । ଏହି ଫଟୋରେ ତାଙ୍କୁ ଗୁଜରାଟ ନିର୍ବାଚନ ୨୦୨୨ ‘ଅବ୍‌ଜର୍ଭର୍‌’ ଲେଖାଥିବା କାର୍ ସହିତ ଦେଖିବାକୁ ମିଳିଥିଲା । ସେହିପରି ଅନ୍ୟ ଏକ ଫଟୋରେ କେତେକ ଅଧିକାରୀ ଏବଂ ଗନ୍‌ମ୍ୟାନ୍‌ଙ୍କ ସହିତ ଏହି କାର୍ ଆଗରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । ଏହି ଫଟୋକୁ ଇତିମଧ୍ୟରେ ପ୍ରାୟ ସାଢ଼େ ୧୧ ହଜାର ଲୋକ ଲାଇକ୍ ମଧ୍ୟ କରିଛନ୍ତି । ଉତ୍ତର ପ୍ରଦେଶର ଜୋନ୍‌ପୁରରେ ୧୯୮୩ ଫେବୃଆରୀ ୨୨ରେ ଜନ୍ମିତ ଅଭିଷେକ ଆଇଏଏସ୍ ଅଧିକାରୀ ବ୍ୟତୀତ ଜଣେ ଆକ୍ଟର ମଧ୍ୟ । ସେ କେତେକ ୱେବ୍‌ସିରିଜ୍ ଏକ ଟିଭି ସିରିୟଲ୍‌ରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତାଙ୍କ ପତ୍ନୀ ଦୁର୍ଗା ଶକ୍ତି ନାଗପାଲ୍ ମଧ୍ୟ ଆଇଏଏସ୍ ଅଧିକାରୀ ।

Comments are closed, but trackbacks and pingbacks are open.