ନୂଆଦିଲ୍ଲୀ: ଫିଜିଓଥେରାପିଷ୍ଟଙ୍କୁ ସେମାନଙ୍କ ର ନାମ ଆଗରେ ଡାକ୍ତର ଲେଖିବା ସମ୍ପର୍କିତ ଆଦେଶକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି। ସରକାରୀ ନିର୍ଦ୍ଦେଶାନାମାର ୨ ଦିନ ପରେ ଏହାକୁ ପ୍ରତ୍ୟାହାର କରିଦିଆଯାଇଛି। ୯ ସେପ୍ଟେମ୍ବର ୨୦୨୫ରେ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଥିଲା ଯେ ଭାରତରେ ଫିଜିଓଥେରାପିଷ୍ଟମାନେ ସେମାନଙ୍କ ନାମ ପୂର୍ବରୁ ଡାକ୍ତର ଏବଂ ଶେଷରେ ପିଟି (ଫିଜିଓଥେରାପିଷ୍ଟ) ବ୍ୟବହାର କରିପାରିବେ। କିନ୍ତୁ ଏହି ନିଷ୍ପତ୍ତି ଉପରେ ଅନେକ ପକ୍ଷଙ୍କ ଆପତ୍ତି ଏବଂ ପରାମର୍ଶ ସାମ୍ନାକୁ ଆସିବା ପରେ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାକୁ ବନ୍ଦ କରିଦେଇଛି। ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସଦ୍ୟତମ ଚିଠିରେ କୁହାଯାଇଛି ଯେ ଏହି ପ୍ରସଙ୍ଗ ଉପରେ ଅଧିକ ଗଭୀର ବିଚାର ଏବଂ ଆଲୋଚନା ଆବଶ୍ୟକ। ତେଣୁ, ପୂର୍ବ ନିର୍ଦ୍ଦେଶକୁ ଏବେ ପ୍ରତ୍ୟାହାର କରାଯାଇଛି ଏବଂ ପୁନଃ ସମୀକ୍ଷା ପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନ ଫିଜିଓଥେରାପିଷ୍ଟମାନେ ସେମାନଙ୍କ ନାମ ସହିତ ଡାକ୍ତର ବ୍ୟବହାର କରିପାରିବେ ନାହିଁ, ଯେପର୍ଯ୍ୟନ୍ତ ସରକାର ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାଁନ୍ତି।ଏହି ବର୍ଷ ଏପ୍ରିଲରେ ଜାରି ହୋଇଥିବା ପାଠ୍ୟକ୍ରମରେ ପରାମର୍ଶ ଦିଆଯାଇଥିଲା ଯେ ଫିଜିଓଥେରାପି ସ୍ନାତକମାନେ ସେମାନଙ୍କ ନାମ ପୂର୍ବରୁ “PT” ସହିତ “Dr” ବ୍ୟବହାର କରିପାରିବେ। ଯାହାକୁ ନେଇ ସ୍ପଷ୍ଟୀକରଣ ରଖିଛି ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ।
Comments are closed, but trackbacks and pingbacks are open.