ୱାକଫ ବିଲ୍ କୁ ନେଇ ତାତିଲେ ମୁସୁଲିମ, ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ

207

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ ୱାକଫ ସଂଶୋଧନ ବିଲ୍ ପାରିତ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ମୁସୁଲିମ ସଂପ୍ରଦାୟକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଆଜି ଶୁକ୍ରବାରରେ ପ୍ରାର୍ଥନା ସାରି ସମସ୍ତେ ରାସ୍ତା ଉପରକୁ ଆସି ବିକ୍ଷୋଭ କରିଛନ୍ତି। ବିଶେଷ କରି କୋଲକାତା, ଚେନ୍ନାଇ ଏବଂ ଅହମ୍ମଦାବାଦ ରାସ୍ତାରେ ହଜାର ହଜାର ଲୋକ ଏକତ୍ରିତ ହୋଇ ୱାକଫ ସଂଶୋଧନ ବିଲକୁ ବିରୋଧ କରିଥିଲେ। କୋଲକାତାରେ ବହୁ ସଂଖ୍ୟାରେ ମୁସଲିମ ଜାତୀୟ ପତାକା ସହ ‘ଆମେ ୱାକଫ ସଂଶୋଧନକୁ ପ୍ରତ୍ୟାଖ୍ୟାନ କରୁ’ ଏବଂ ‘ୱାକଫ ବିଲ୍ ପ୍ରତ୍ୟାଖ୍ୟାନ’  ପୋଷ୍ଟର ଧରି ବିକ୍ଷୋଭ କରିଥିଲେ। ସେହିପରି ଅହମ୍ମଦାବାଦ ଏବଂ ଚେନ୍ନାଇରେ ମଧ୍ୟ ଅନୁରୂପ ଭାବେ ଆନ୍ଦୋଳନ କରାଯାଇଛି। ଏସବୁ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Comments are closed, but trackbacks and pingbacks are open.