ପେଟିଏମ୍‌ ପାଇଁ ବଢ଼ିଲା ଅଡ଼ୁଆ,ତଦନ୍ତ ଆରମ୍ଭ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

1,904

ନୂଆଦିଲ୍ଲୀ: ପେଟିଏମ୍ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି । ପେଟିଏମ ପେମେଣ୍ଟ ବ୍ୟାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ଯାଞ୍ଚ ଆରମ୍ଭ କରିଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଏହି ଖବର ମିଳିବା ପୂର୍ବରୁ ପେଟିଏମର ଶେୟାରରେ ହ୍ରାସ ଘଟିଛି । ମଙ୍ଗଳବାର ସୁଦ୍ଧା ପେଟିଏମର ପ୍ୟାରେଣ୍ଟ କମ୍ୟୁନିକେସନର ଶେୟାର ମୂଲ୍ୟ ଅଧାରୁ ତଳକୁ ଖସିସାରିଛି । ଆଉ ଏହାରି ମଧ୍ୟରେ ପେଟିଏମ ପେମେଣ୍ଟ ବ୍ୟାଙ୍କ ବିରୁଦ୍ଧରେ ଇଡି ତଦନ୍ତ ଆରମ୍ଭ କରିଦେଇଛି ।

ଆଜି ପୁଣି ଥରେ ପେଟିଏମର ଶେୟାର ୧୦ ପ୍ରତିଶତ ହ୍ରାସ ଘଟିଛି । ଜ୍ଞାନ ୯୭ କମ୍ୟୁନିକେସନର ଶେୟାର ମୂଲ୍ୟ ପ୍ରଥମ ଥର ଲାଗି ୩୫୦ ଟଙ୍କା ତଳକୁ ଖସିଛି । ଗତ ଅକ୍ଟୋବର
ମାସରେ ପେଟିଏମର ଶେୟାର ମୂଲ୍ୟ ୭୬୧.୨୦ ଟଙ୍କା ଥିଲା ଏବଂ ଆଜି ଏହି ମୂଲ୍ୟ ୩୪୨.୧୫ ଟଙ୍କା ରହିଛି । ମଙ୍ଗଳବାର ପେଟିଏମର ଶେୟାର ମୂଲ୍ୟ ୪୦୦ ଟଙ୍କା ତଳକୁ ଖସିଥିବା ବେଳେ ଆଜି ୩୫୦ ଟଙ୍କା ତଳକୁ ଖସିଆସିଛି ।

ସେପଟେ ପେଟିଏମ ପେମେଣ୍ଟ ବ୍ୟାଙ୍କ ବିରୁଦ୍ଧରେ ହୋଲିଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରାଯିବ ନାହିଁ ବୋଲି କହିସାରିଛି ଆରବିଆଇ । ଏହା ପରେ ପେଟିଏମ୍ ସଂକଟ ଦୂର ହେବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି । ଜାନୁଆରୀ ୩୧ ତାରିଖ ସନ୍ଧ୍ୟା, ପେଟିଏମ ଲାଗି ଆଣିଲା ଅଶୁଭ ସମୟ । କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ ଫେବୃଆରୀ ୨୯ ସୁଦ୍ଧା ପେଟିଏମର ପେଟିଏମ ପେମେଣ୍ଟ ବ୍ୟାଙ୍କର ଅଧିକାଂଶ ସେବା ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ ।

Comments are closed, but trackbacks and pingbacks are open.