ଓଡିଶାରେ ମହିଳା ଫୁଟବଲର ପ୍ରଚାର ଓ ପ୍ରସାର

22

ଭୁବନେଶ୍ୱର : ଓଡିଶାରେ ମହିଳା ଫୁଟବଲର ପ୍ରଚାର ଓ ପ୍ରସାର ପାଇଁ ନିତା ଫୁଟବଲ ଏକାଡେମୀ 2022-23 (15 ରୁ 17 ବର୍ଷ ବର୍ଗ ପାଇଁ ) ସିଲେକ୍ସନ ଟ୍ରାଏଲ ଆୟୋଜନ କରିଛନ୍ତି। ଏହି ସିଲେକ୍ସନ ଟ୍ରାଏଲରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ 80 ଜଣ ମହିଳା ଖେଳାଳି ଭାଗ ନେଇଛନ୍ତି । ଏହା ବିଡାନାଶୀ ଖେଳ ପଡିଆରେ ଖେଳାଯାଉଛି । ଏହି ଏକାଡେମୀ କଟକ ଜିଲ୍ଲା କ୍ରିଡା ସଂସଦର ସ୍ଵୀକୃତି ପ୍ରାପ୍ତ । ଏହି ଅନୁଷ୍ଠାନର ଖେଳାଳିମାନଙ୍କ ଉନ୍ନତ ଧରଣର ପ୍ରଶିକ୍ଷଣ ପାଇଁ ଆଠଗଡର ରାଧାଦାମୋଦରପୂର ଠାରେ ଥିବା ଧବଳେଶ୍ଵର ଇନଷ୍ଟିଚ୍ୟୁଟ ଅଫ ପଲିଟେକନିକ ଖେଳ ପଡିଆରେ ଏହାର ପ୍ରଶିକ୍ଷଣ ଦିଆଯିବ ଏବଂ ଖେଳାଳିମାନଙ୍କୁ ଭାରତର ଜଣେ ସୁନାମଧନ୍ୟ NIS ଏବଂ C ଲାଇସେନ୍ସ ପ୍ରାପ୍ତ କୋଚ ଶ୍ରୀଯୁକ୍ତ ସନମୟ ବାସୁଙ୍କ ଦ୍ଵାରା ପ୍ରଶିକ୍ଷିତ କରାଯିବାର ବ୍ୟବସ୍ଥା କରାଯାଇଛି । ଏଠାରେ ପିଲାମାନଙ୍କର ରହିବା, ଖାଇବା ଓ ପାଠ ପଢିବାର ସମସ୍ତ ଖର୍ଚ୍ଚ ନିତା ଏକାଡେମୀ ବହନ କରିବ । ଏହି ଏକାଡେମୀର ସଭାପତି ଭକ୍ତ ବଲ୍ଲଭ ଦାସ, ସମ୍ପାଦକ ଅରୁଣ ପରିଜା, ଉପ-ସଭାପତି ଦିଲ୍ଲୀପ କୁମାର ସାହୁ, ମାନସ ରଞ୍ଜନ ସାମଲ, ପ୍ରଭାତ ମହାପାତ୍ର, ଯୁଗ୍ମ ସମ୍ପାଦକ ସତ୍ୟବ୍ରତ ଷଡଙ୍ଗୀ, ଅନୁପମା ମହାନ୍ତି, ବିଷ୍ଣୁପ୍ରିୟା ଜେନା, ମ୍ୟାନେଜିଂ ଟ୍ରଷ୍ଟି ସୁବ୍ରତ ଦାସ, ଅଶୋକ ବରାଳ, ଆଦିତ୍ୟ ପ୍ରତାପ ସ୍ଵାଇଁ ପ୍ରମୁଖ ଅନୁଷ୍ଠାନର ସ୍ଵୀକୃତି ପାଇଁ ପୂର୍ବତନ ଓଡିଶା କ୍ରିକେଟ ଆସୋସିଏସନର ସମ୍ପାଦକ ଶ୍ରୀଯୁକ୍ତ ଆର୍ଶୀବାଦ ବେହେରାଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Comments are closed, but trackbacks and pingbacks are open.