ଓଡ଼ିଶା ହାଇକୋର୍ଟର ୪ ବରିଷ୍ଠ ବିଚାରପତିଙ୍କୁ ପଦୋନ୍ନତି, ସୁପ୍ରିମକୋର୍ଟ କଲେଜିୟମ୍‌ଙ୍କ ଅନୁମୋଦନ

14

ଓଡ଼ିଶା ହାଇକୋର୍ଟ ପାଇଁ ୪ ନୂଆ ବିଚାରପତି । ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ସେମାନଙ୍କ ନାଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ୍ । ଗତ ୨୯ ତାରିଖରେ କଲେଜିୟମ୍ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ହାଇକୋର୍ଟ ବିଚାରପତି ହେବେ ଆଇନଜୀବୀ ଭି ନରସିଂହ, ସଞ୍ଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ ଓ ଶ୍ରୀରମଣ ମୁରାହରି । ଏହି ୪ ଆଇନଜୀବୀଙ୍କ ନାଁ ସୁପାରିସ କରାଯାଇଛି । ଓଡ଼ିଶା ହାଇକୋର୍ଟରେ ଏବେ ୧୮ ଜଣ ବିଚାରପତି ଅଛନ୍ତି । ଓଡ଼ିଶା ହାଇକୋର୍ଟଙ୍କ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ହେଉଛି ୨୭ । ନୂଆ ୪ଜଣ ନାମକୁ ରାଷ୍ଟ୍ରପତି ଅନୁମୋଦନ ଦେଲେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୨ରେ ପହଞ୍ଚିବ ।

Leave A Reply

Your email address will not be published.