ଆପାର୍ଟମେଣ୍ଟ ପଞ୍ଜୀକରଣ ବିଜ୍ଞପ୍ତି ଉପରେ ରୋକ

61

ଭୁବନେଶ୍ୱର:ଆପାର୍ଟମେଣ୍ଟ ପଞ୍ଜୀକରଣ ବିଜ୍ଞପ୍ତି ଉପରେ ରୋକ। ଆପାର୍ଟମେଣ୍ଟ ପଞ୍ଜୀକରଣ ସମ୍ପର୍କିତ ବିଜ୍ଞପ୍ତିରେ ଉପରେ ରହିତାଦେଶ ଜାରି କରାଯାଇଛି । ମାନ୍ୟବର ହାଇକୋର୍ଟ ଏହି ରହିତାଦେଶ ଜାରି କରିଛନ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗ ଏନେଇ ପୂର୍ବରୁ ବିଜ୍ଞପ୍ତି ଜାରି କରିଥିବାବେଳେ ଆଜି ହାଇକୋର୍ଟ ଏହି ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଛନ୍ତି ।  ଗତ ଫେବୃଆରୀ ପହିଲାରେ ବିଭାଗ ଗୃହ ଓ ନଗର ଉନ୍ନୟନ ବିଭାଗ ଏନେଇ ବିଜ୍ଞପ୍ତି ପ୍ରକାଶ କରିଥିଲା । ବିଭାଗ ପକ୍ଷରୁ ୨୦୧୭ ରେରା ପୂର୍ବରୁ ନିର୍ମିତ ଆପାର୍ଟମେଣ୍ଟର କିଣାବିକା ଅନୁମତି ଦିଆଯାଇଥିଲା । ତେବେ ରାଜ୍ୟ ସରକାରଙ୍କ ଅନୁମତି ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି । 

Comments are closed, but trackbacks and pingbacks are open.