ପ୍ରଫେସର ବିଭୂତି ଭୂଷଣ ପ୍ରଧାନ ଓ ପ୍ରଫେସର ଗଙ୍ଗାଧର ସାହୁ ସୋଆର ପ୍ରୋ ଭାଇସ ଚାନ୍ସେଲର ନିଯୁକ୍ତ

16

ପ୍ରଫେସର ବିଭୂତି ଭୂଷଣ ପ୍ରଧାନ ଓ ପ୍ରଫେସର ଗଙ୍ଗାଧର ସାହୁଙ୍କୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟର ପ୍ରୋ- ଭାଇସ ଚାନ୍ସେଲର ଭାବେ ନିଯୁକ୍ତ କରାଯାଇଛି। ପ୍ରଫେସର ପ୍ରଧାନ ବର୍ତ୍ତମାନ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କରୁଥିଲା ବେଳେ ପ୍ରଫେସର ସାହୁ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ସମ୍ ହସପିଟାଲର ଡିନ ଭାବେ କାର୍ଯ୍ୟଭାର ସମ୍ଭାଳୁଛନ୍ତି ।

ପ୍ରଫେସର ପ୍ରଧାନ ଓ ପ୍ରଫେସର ସାହୁ ପ୍ରୋ-ଭାଇସ ଚାନ୍ସେଲର ଭାବେ କାର୍ଯ୍ୟ ସମ୍ପାଦନ କରିବା ସହିତ ନିଜର ଅନ୍ୟ ଦାୟିତ୍ଵ ମଧ୍ୟ ତୁଲାଇବେ। ପୂର୍ବରୁ ପ୍ରଫେସର ପ୍ରଧାନ ସୋଆ ପରିଚାଳିତ ସ୍କୁଲ ଅଫ ହୋଟେଲ ମ୍ୟାନେଜମେଣ୍ଟର ଡିନ, ଇନଷ୍ଟିଚ୍ୟୁଟ ଅଫ ବିଜନେସ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜର ଅଧ୍ୟକ୍ଷ ତଥା ମଣିପୁର ବିଶ୍ଵବିଦ୍ୟାଳୟର ବାଣିଜ୍ୟ ବିଭାଗର ଆସୋସିଏଟ ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି। ପ୍ରଫେସର ସାହୁ ପୂର୍ବରୁ ବୁର୍ଲାସ୍ଥିତ ଭିଏସଏସ ମେଡିକାଲ କଲେଜର ସ୍ତ୍ରୀ ରୋଗ ବିଭାଗର ମୁଖ୍ୟ ଭାବେ ୬ ବର୍ଷ କାର୍ଯ୍ୟ କରିଥିଲେ। ସେ ରାଜ୍ୟର ଜଣେ ପ୍ରମୁଖ ସ୍ତ୍ରୀ ରୋଗ ବିଶେଷଜ୍ଞ ଅଟନ୍ତି। ପ୍ରବୀଣ ସ୍ନାୟୁ ଶଲ୍ୟ ଚିକିତ୍ସକ ପ୍ରଫେସର ଡକ୍ଟର ଅଶୋକ କୁମାର ମହାପାତ୍ର ସୋଆ ବିଶ୍ଵବିଦ୍ୟାଳୟର ଭାଇସ ଚାନ୍ସେଲର ହୋଇଥିବା ବେଳେ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରୋ-ଭାଇସ ଚାନ୍ସେଲର ଭାବେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି।

Leave A Reply

Your email address will not be published.