ମନବଦଳାଇଲେ ଘରୋଇ ବସ ମାଲିକ ସଂଘ ; ସ୍ୱାଭାବିକ ହେଲା ବସ ଚଳାଚଳ

24

ନିଷ୍ପତ୍ତିରୁ ଓହରିଛନ୍ତି ଘରୋଇ ବସ ମାଲିକ ସଂଘ । ଫଳରେ ରାଜ୍ୟରେ ବସ ଚଳାଚଳ ସ୍ୱାଭାବିକ ହୋଇଛି । ବସ ଚଳାଚଳ ବନ୍ଦ କରିବେ ନାହିଁ ବୋଲି ଘରୋଇ ବସ୍ ମାଲିକ ସଂଘ ସୂଚନା ଦେବା ପରେ ଏକ ବଡ ସମସ୍ୟା ଟଳି ଯାଇଛି । ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଆଜି ସୂଚନା ଦେଇ କହିଛନ୍ତି ଗତକାଲି ଡ୍ର୍ରାଇଭର ମହାସଂଘ ଓ ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହାର ସକରାତ୍ମକ ଫଳାଫଳ ଆସିଥିବାରୁ ବସ୍ ଚଳାଚଳ ବନ୍ଦ କରିବ ନାହିଁ ବୋଲି ସଂଘ ନିଷ୍ପତ୍ତି ନେଇଛି ।

ଶ୍ରୀ ସାହୁ କହିଛନ୍ତି, ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲେ ହେଁ ଆନ୍ଦୋଳନ କରାଯିବ ନାହିଁ। ତେବେ ପରିସ୍ଥିତିକୁ ଦେଖି ଦିନ ଗୋଟାଏ ପରେ ଯାହା ନିଷ୍ପତ୍ତି ନେବୁ। ଯାହା ବି ହେଉ, ବର୍ତ୍ତମାନ ବସ୍ ଚଳାଚଳ ସ୍ୱାଭାବିକ ରହିଛି।

ସୂଚନାଥାଉ କି, ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ ଯୋଗୁଁ ସୁରକ୍ଷା ଯୋଗାଇ ନଦେଲେ ବସ୍ ଚଳାଚଳ ବନ୍ଦ ରହିବ ବୋଲି ସଂଘ ଗତକାଲି କହିଥିଲା । ହେଲେ ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ମହାସଂଘର ଏକ ବୈଠକ ବସିଥିଲା । ସରକାର ତିନି ମାସରେ ଦାବି ଗୁଡ଼ିକର ସମାଧାନ ପାଇଁ ପ୍ରତିଶ୍ରୁତ ଦେଇଛନ୍ତି । ତେବେ ଡ୍ରାଇଭର ମହାସଂଘ ଆନ୍ଦୋଳନ ପ୍ରତ୍ୟାହାର ନେଇ ସୂଚନା ଦେଇନାହିଁ । ଆନ୍ଦୋଳନ ଅବ୍ୟାହତ ରହିବ ନା ସ୍ଥଗିତ ହେବ, ତାହା ଆଜି ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଡ୍ରାଇଭର ମହାସଂଘ ସମ୍ପାଦକ ବାବୁଲା ତ୍ରିପାଠୀ ।

Comments are closed, but trackbacks and pingbacks are open.