ଜେଲରେ କଏଦୀଙ୍କ ଆତ୍ମହତ୍ୟା

97

ଭୁବନେଶ୍ବର: ଜେଲରେ ଥାଏ କଡ଼ା ସୁରକ୍ଷା । ଏହା ସତ୍ତ୍ୱେ ବି ଜେଲ ଭିତରେ ଜଣେ କଏଦୀ ଆତ୍ମହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଚୌଦ୍ୱାର ଜେଲରେ ଥିବା ଜଣେ କଏଦୀ ଆତ୍ମହତ୍ୟା କରିଛନ୍ତି । ତାଙ୍କୁ ଜେଲ ପାଇଖାନାରୁ ଗୁରୁତର ଅବସ୍ଥାରେ ଅଣାଯାଇ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା ।  ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ କଏଦୀ ଜଣକ ହେଲେ ଯାଜପୁର ଜିଲ୍ଲା ବରୀ ଅଞ୍ଚଳର  ମହେନ୍ଦ୍ର ଦାସ ବୋଲି ଜଣାଯାଇଛି । ମହେନ୍ଦ୍ର ଏକ ହତ୍ୟା ମାମଲାରେ ୧୫ ବର୍ଷ ହେବ ସଜା କାଟୁଥିଲେ ।  ତେବେ ସେ ଆତ୍ମହତ୍ୟ କରିବା ବେଳେ ସୁରକ୍ଷା କର୍ମୀ କେଉଁଠି ଥିଲେ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Comments are closed, but trackbacks and pingbacks are open.