ଗୁରୁ ଦିବସ ପୂର୍ବରୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରାଥମିକତା ଭିତ୍ତିରେ ଦିଆଯିବ କରୋନା ଟିକା

29

କରୋନା ମହାମାରୀ ୨ୟ ଲହର ର ସଂକ୍ରମଣ ସାମାନ୍ୟ କମିଛି I ଏହାରି ମଧ୍ୟ ରେ ବିଭିନ୍ନ ରାଜ୍ୟରେ କିଛି କିଛି ସ୍ଥାନ ରେ ସ୍କୁଲ ସବୁ ଖୋଲିବାରେ ଲାଗିଛି। କିନ୍ତୁ ସଂକ୍ରମଣ ସମ୍ପୂର୍ଣ୍ଣ କମିନଥିବାରୁ ଛାତ୍ର ଛାତ୍ରୀ ତଥା ଅଭିଭାବକ ମାନଙ୍କ ମନରେ ଆଶଙ୍କା ବଢୁଛି I ଏହି ସମସ୍ୟା କୁ ଦୂର କରିବା ପାଇଁ ସମସ୍ତ ଶିକ୍ଷକଙ୍କୁ ଟିକା ଦେବାକୁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର। ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଗୁରୁ ଦିବସ ପୂର୍ବରୁ ଟିକା ଦେବାକୁ ଆଜି କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିଛନ୍ତି। ଏପରି କି ଶିକ୍ଷକଙ୍କ ଟିକାକରଣ ପାଇଁ କେନ୍ଦ୍ର ସରକାର ଟିକାର ଅତିରିକ୍ତ ୨ କୋଟି ଡୋଜ୍‌ ଦେବେ ବୋଲି କହିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ କରି କହିଛନ୍ତି, ଚଳିତ ମାସରେ ରାଜ୍ୟଗୁଡ଼ିକୁ ଟିକା ପ୍ରଦାନ ଯୋଜନାରେ ଅତିରିକ୍ତ ୨ କୋଟିରୁ ଅଧିକ ଡୋଜ୍‌ ଯୋଗାଇ ଦିଆଯାଉଛି। ତେଣୁ ଆମେ ସବୁ ରାଜ୍ୟର ସରକାରମାନଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ୫ ସେପ୍ଟେମ୍ବରରେ ପାଳନ କରାଯାଉଥିବା ଗୁରୁ ଦିବସ ପୂର୍ବରୁ, ସ୍କୁଲରେ ପାଠପଢ଼ାଉଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଉ I

Leave A Reply

Your email address will not be published.