ଟି-୨୦ ବିଶ୍ୱକପ୍ ବିଜୟୀ ଭାରତୀୟ କିକେଟ ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

170

ନୂଆଦିଲ୍ଲୀ: ଆଜି ଟି-୨୦ ବିଶ୍ୱକପ୍ ବିଜୟୀ ହୋଇଥିବାରୁ ଭାରତୀୟ କ୍ରିକେଟ ଟିମକୁପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଏକ ଭିଡିଓ ପୋଷ୍ଟ କରି ସେ କହିଛନ୍ତି, ଭାରତୟ ଟିମର ଏହି କୃତିତ୍ୱ ପାଇଁସମଗ୍ର ଦେଶ ଗର୍ବିତ ଏବଂ ଟିମର ପ୍ରଦର୍ଶନକୁ ପ୍ରଶଂସା କରାଯାଉଛି।ଟୁର୍ଣ୍ଣାମେଣ୍ଟରେ ପ୍ରତିଟି ମ୍ୟାଚରେ ବିଜୟୀ ହୋଇଥିବାରୁ ଏହା ବିଜୟକୁୂ ଅଧିକସ୍ୱତନ୍ତ୍ର କରିଛି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି – “ଚମ୍ପିଆନ୍ସ! ଆମ ଟିମ ଏକ ଷ୍ଟାଇଲରେ ଟି-୨୦ ବିଶ୍ୱକପ୍ ଆଣିଛି। ଭାରତୀୟ କ୍ରିକେଟ ଟିମ୍ ପାଇଁ ଆମେ ଗର୍ବିତ। ଏହି ମ୍ୟାଚ୍ ଐତିହାସିକ।”

Leave A Reply

Your email address will not be published.