ପ୍ରଧାନ ମନ୍ତ୍ରୀ ଙ୍କ ବଡ଼ ଘୋଷଣା :ଇଣ୍ଡିଆ ଗେଟ୍‌ରେ ସ୍ଥାପନ ହେବ ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀଙ୍କ ପ୍ରତିମୂର୍ତ୍ତି

0 23

ଦେଶର ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ୍‌ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଗ୍ରାନାଇଟ୍‌ରେ ନିର୍ମିତ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଘୋଷଣା କରିଛନ୍ତି। ନେତାଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ଏହି ପ୍ରତିମୂର୍ତ୍ତି ସ୍ଥାପନ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି କହିଛନ୍ତି, “ଯେଉଁ ସମୟରେ ସମଗ୍ର ଦେଶ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ କରୁଛନ୍ତି, ସେତେବେଳେ ମୁଁ ଖୁସି ର ସହିତ ଘୋଷଣା କରୁଛି ଯେ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଗ୍ରାନାଇଟ୍ ପ୍ରତିମୂର୍ତ୍ତି ଇଣ୍ଡିଆ ଗେଟ୍ ରେ ସ୍ଥାପନ କରାଯିବ ‘ ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଯୋଗଦାନ ଲାଗି ଦେଶ ତାଙ୍କ ନିକଟରେ ଋଣୀ ଏଠାରେ ଏହି ପ୍ରତିମା ଏହାର ପ୍ରତିକ ହେବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ଏହି ମୂର୍ତ୍ତିର ଉଚ୍ଚତା ୨୮ ଫୁଟ ଏବଂ ଚଉଡା ୬ ଇଞ୍ଚର ରହିବ। ଗ୍ରାନାଇଟ୍ ମୂର୍ତ୍ତି ତିଆରି ହେବା ପର୍ଯ୍ୟନ୍ତ ହୋଲୋଗ୍ରାମ୍ ଷ୍ଟାଚ୍ୟୁ ଲାଗିବ। ହୋଲୋଗ୍ରାମ୍ ଷ୍ଟାଚ୍ୟୁକୁ ୨୩ ତାରିଖ ନେତାଜୀ ଜୟନ୍ତୀରେ ଅନାବରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। କୁହାଯାଉଛି ଯେ, ପ୍ରଥମେ ଜର୍ଜ ପଞ୍ଚମଙ୍କ ପ୍ରତିମୂର୍ତ୍ତି ଯେଉଁଠି ଲାଗିଥିଲା ସେଠି ନେତାଜୀଙ୍କ ପ୍ରତିମୂର୍ତ୍ତି ଲାଗି। ସୂଚନାଯୋଗ୍ୟ ଯେ, ୧୯୬୮ରୁ ଏହାକୁ ହଟାଇ ବୁରାଡି କୋରୋନେଶନ ପାର୍କକୁ ପଠାଇ ଯିଆଯାଇଥିଲା। ସେହିଦିନ ଠାରୁ ଏହି ସ୍ଥାନଟି ଖାଲି ପଡିଛି। ଏଥିରେ ଇଣ୍ଡିଆ ଗେଟ୍‌ରେ ନେତାଜୀଙ୍କ ମୂର୍ତ୍ତି ସ୍ଥାପନା ନିମନ୍ତେ ନିଷ୍ପତ୍ତି ବାସ୍ତବିକ ସ୍ୱାଗତଯୋଗ୍ୟ ପଦକ୍ଷେପ। ହେଲେ ପ୍ରତିମା ନିର୍ମାଣ ଲାଗି କିଛି ସମୟ ଲାଗିବ । ତେବେ ସେ ପର୍ଯ୍ୟନ୍ତ ଏଠାରେ ନେତାଜୀଙ୍କ ଏକ ହଲୋଗ୍ରାମ ପ୍ରତିମା ଏଠାରେ ଶୋଭା ବର୍ଦ୍ଧନ କରିବ। ଏହି ପ୍ରତିମାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ। ଆଗାମୀ ଜାନୁୟାରୀ ୨୩ ତାରିଖ ଦିନ ଏଠାରେ ପ୍ରଧାନମନ୍ତ୍ରୀ ନେତାଜୀଙ୍କ ହଲୋଗ୍ରାମ ଷ୍ଟାଚ୍ୟୁକୁ ଲୋକାର୍ପିତ କରାଯିବ। ହଲୋଗ୍ରାମ ଅଥବା ହଲୋଗ୍ରାଫିକୁ ସାଧାରଣରେ ଆମେ ଥ୍ରୀ-ଡି ଚିତ୍ର କହିଥାଉ। ଯାହାକୁ ଷ୍ଟାଟିକ୍ କିରଣ ମାଧ୍ୟମରେ ପ୍ରସ୍ତୁତ କରାଯାଇଥାଏ, ହେଲେ ସେଠାରେ ତାହା ବାସ୍ତବରେ ମହଜୁଦ ନଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁୟାରୀ ୨୩ ତାରିଖ ଦିନ ଦିଲ୍ଲୀ ଇଣ୍ଡିଆ ଗେଟ୍‌ରେ ଠିକ୍‌ ଏହି ଜ୍ଞାନକୌଶଳରେ ନିର୍ମିତ ଷ୍ଟାଚ୍ୟୁକୁ ଲୋକାର୍ପିତ କରିବେ। ଯେହେତୁ ଅସଲି ପ୍ରତିମା ନିର୍ମାଣରେ ଏବେ ଡେରି ଅଛି ଏଣୁ ଷ୍ଟାଟିକ କିରଣରେ ହଲୋଗ୍ରାମ ପ୍ରତିମାକୁ ସେଠାରେ ଦର୍ଶା ଯିବ। ଯଦି ଦୂରରୁ ଆପଣ ପ୍ରତିମା ଦେଖିବେ ଲାଗିବ ସେଠାରେ ଏକ ମୂର୍ତ୍ତି ରହିଛି। ତେବେ ବାସ୍ତବରେ ସେଠାରେ ପ୍ରତିକୃତିକୁ କିରଣ ମାଧ୍ୟମରେ ଦର୍ଶାଯାଉଥିବ।

Leave A Reply

Your email address will not be published.