ଭାରତୀୟ ସେନାକୁ ମିଳିଲା ‘ଫ୍ରି ହ୍ୟାଣ୍ଡ’: ପିଏମ ମୋଦୀ ଦେଲେ ଏହି ନିର୍ଦ୍ଦେଶ

149

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତିନି ସେନାର ମୁଖ୍ୟଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ଏଥିରେ ସିଡିଏସ୍ ଅନିଲ ଚୌହାନ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ। ସୂଚନାନୁସାରେ, ବୈଠକରେ ପ୍ରାୟ ଦେଢ ଘଣ୍ଟା ଧରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। କୌଣସି ବଡ ନିଷ୍ପତ୍ତି ନେବା ପାଇଁ ସେନାକୁ ପ୍ରଧାନମନ୍ତ୍ରୀ ମୋଦୀ ଖୋଲା ହାତ ଦେଇଛନ୍ତି। ଆତଙ୍କବାଦକୁ ଉପଯୁକ୍ତ ଜବାବ ଦେବା ଆମର ଦୃଢ ଜାତୀୟ ସଂକଳ୍ପ ବୋଲି ସେ କହିଛନ୍ତି। ସେ ଭାରତୀୟ ମାନଙ୍କର ପ୍ରତିଶୋଧର ପଦ୍ଧତି, ଟାର୍ଗେଟ ଏବଂ ସମୟ ଉପରେ କାର୍ଯ୍ୟକ୍ଷମ ନିଷ୍ପତ୍ତି ନେବାକୁ ସଶସ୍ତ୍ର ବାହିନୀଙ୍କୁ ମୁକ୍ତ କରିଛନ୍ତି ।

Comments are closed, but trackbacks and pingbacks are open.