୪୧ ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

50

ଉତ୍ତରାଖଣ୍ଡ: ହାରିଲା ପାହାଡ, ଜିତିଲା ଜୀବନ । ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କୁ ଦୀର୍ଘ ୧୭ଦିନ ପରେ ଗତକାଲି ସୁରକ୍ଷିତ ଉଦ୍ଧାର କରାଯାଇଛି । ଟନେଲରୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯିବା ପରେ ସଙ୍ଗେ ସଙ୍ଗେ ସେମାନଙ୍କୁ ଆମ୍ବୁଲାନ୍ସ ଜରିଆରେ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ସେମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସମସ୍ତେ ସୁସ୍ଥ ଥିବା ଜଣାପଡିଛି । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ସହ ଫୋନ ଜରିଆରେ କଥା ହୋଇଥିଲେ ।

ଟେଲିଫୋନରେ ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ । ଟନେଲ୍ ଭିତରେ ଦୀର୍ଘ ୧୭ ଦିନ ଧରି ସେମାନେ କିପରି ରହିଥିଲେ, କ’ଣ ଖାଉଥିଲେ, କିପରି ଦିନ ଅତିବାହିତ କଟୁଥିଲା ଇତ୍ୟାଦି ଶ୍ରମିକଙ୍କଠାରୁ ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶ୍ରମିକମାନେ ମଧ୍ୟ ସେମାନଙ୍କ ଅନୁଭୂତି ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ମୋଦୀ ସେମାନଙ୍କର ସାହସ ଓ ଧର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି । ଅନ୍ଧାରି ଦୁନିଆରେ ରହି ଜଣେ ଜଣଙ୍କ ସାହସ ବଢାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରାଧାନମନ୍ତ୍ରୀ ମୋଦୀ ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ କଥା ହୋଇ ଟନେଲରୁ ବାହାରିବା ପରେ ଶ୍ରମିକମାନଙ୍କ ପାଇଁ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ରେସକ୍ୟୁ ଅପରେସନ୍ ସଫଳ ହେବା ପରେ ସମସ୍ତ ଏଜେନ୍ସୀ, ଉତ୍ତରାଖଣ୍ଡ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ ପ୍ରଧାନମନ୍ତ୍ରୀ ।

Comments are closed, but trackbacks and pingbacks are open.