ପ୍ରଧନମନ୍ତ୍ରୀ ମୋଦିଙ୍କ କୋଭିଡ ସମୀକ୍ଷା ବୈଠକ

0 16

ଦେଶରେ କୋଭିଡ -୧୯ ସଂକ୍ରମଣର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଅପରାହ୍ନ ୪ .୩୦ ଏକ ଉଚ୍ଚସ୍ତରୀୟ ବୈଠକ କରି ସାମ୍ପ୍ରତିକ ପରିସ୍ଥିତିର ସମୀକ୍ଷା କରିଛନ୍ତି।
ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଆୟୋଜିତଏହି ବୈଠକରେ କୋଭିଡ -୧୯ ର ନୂତନ ସ୍ଥିତିର ସମୀକ୍ଷା କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ରବିବାର ଦିନ କୋଭିଡ -୧୯ ର ଏକ ନୂଆ ପ୍ରଜାତି ଓମିକ୍ରନରେ ୫୫୨ଜଣ ସଂକ୍ରମିତ ହେବା ପରେ ଦେଶରେ ମୋଟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩ ,୬ ୨୩ କୁ ବୃଦ୍ଧି ପାଇଛି।
ଗତ ୨୨୪ ଦିନ ମଧ୍ୟରେ ଏହା ହେଉଛି ସର୍ବାଧିକ ମାମଲା
ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ସକାଳ ୮ ଟା ଭିତରେ , ଗତ ୨୪ ଘଣ୍ଟା ର ରିପୋର୍ଟ ଅନୁଯାୟୀ ଦେଶରେ ମୋଟ ୧ ,୫୯ ,୬୩୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି I ଯାହା କି ଗତ ୨୨୪ ଦିନ ମଧ୍ୟରେ ଦେଶରେ ସର୍ବାଧିକ ଦୈନିକ କରୋନା ସଂକ୍ରମିତ ଙ୍କ ରିପୋର୍ଟ । ଏହା ସହିତ ଦେଶରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୫ ,୯୦ ,୬୧୧ କୁ ବୃଦ୍ଧି ପାଇଛି, ଯାହା ପ୍ରାୟ ୧୯୭ ଦିନ ମଧ୍ୟରେ ସର୍ବାଧିକ I ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨୭ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୪ ,୮୩ ,୭୯୦ କୁ ବୃଦ୍ଧି ପାଇଛି।

ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଓମିକ୍ରନ୍ ସଂକ୍ରମିତ ଙ୍କ ସଂଖ୍ୟା ୩ ,୬୨୩ ମାମଲା ମଧ୍ୟରୁ ୧ ,୪୦୯ ଲୋକ ଦେଶ ବାହାରକୁ ଯାଇଛନ୍ତି କିମ୍ବା ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ଓମିକ୍ରୋନ୍ ରେ ସର୍ବାଧିକ ୧ ,୦୦୯ ମାମଲା ସାମ୍ନା କୁ ଆସିଛି | ଏହା ପରେ ଦିଲ୍ଲୀରେ ୫୧୩ , କର୍ଣ୍ଣାଟକରେ ୪୪୧ , ରାଜସ୍ଥାନରେ ୩୭୩ , କେରଳରେ ୩୩୩ ଏବଂ ଗୁଜୁରାଟରେ ୨୦୪ ଟି ମାମଲା ରୁଜୁ ହୋଇଥିଲା।
କିନ୍ତୁ ବୈଠକରେ କଣ ନିଷ୍ପତ୍ତି ନିଆଯାଇଛି ଏ ସଂପର୍କରେ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଖବର ହସ୍ତଗତ ହୋଇ ନାହିଁ ।

Leave A Reply

Your email address will not be published.