ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗଙ୍ଗା ଏକ୍ସପ୍ରେସ ୱେର ଶିଳାନ୍ୟାସ କଲେ

15

ଦୁଇ ଦିନିଆ ୟୁପି ଗସ୍ତରେ ଯାଇ ପ୍ରଧାନ ମନ୍ତ୍ରୀ ମୋଦି ଶାହାଜହାଁପୁରରେ ୫୯୪ କିଲୋମିଟର ଲମ୍ବ ଗଙ୍ଗା ଏକ୍ସପ୍ରେସ ୱେ ର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ଏକ୍ସପ୍ରେସ ୱେ ୟୁପିରେ ପ୍ରଗତିର ନୂଆ ଦ୍ୱାର ଖୋଲିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମସ୍ତ ପ୍ରଗତି, ସମସ୍ତ ପ୍ରଗତିର ଉତ୍ସ ହେଉଛି ମାତା ଗଙ୍ଗା ଏହି ଅବସରରେ ମୋଦି କହିଛନ୍ତି ଉତରପ୍ରଦେଶର ପଇସା ଉତରପ୍ରଦେଶର ଲୋକଙ୍କ ପାଇଁ ଖର୍ଚ କରାଯାଉଛି । ଏହାସହ ଆଗକୁ ୟୁପି ନିବାଚନ ଆସୁଥିବାବେଳେ ଏହା ପୃର୍ବରୁ ମାଷ୍ଟରଷ୍ଟୋକସ ଖେଳିଛି ଯୋଗି ସରକାର । ତେବେ ଉତରପ୍ରଦଶ ନୁଆ ଭିତିଭୁମି ସହ ଆଧୁନିକ ରାଜ୍ୟରେ ପରିଣତ ହେବାକୁ ବେଶି ଦୃର ନାହିଁ ବୋଲି ମୋଦି କହିଛନ୍ତି । ୩୬ ହଜାର ୨୦୦ କୋଟି ଟଙ୍କା ବିନିମୟରେ ଏହି ଏକ୍ସପ୍ରେସ ହାଇୱେ କୁ ନିର୍ମାଣ କରାଯିବ । ୟୁପି ପ୍ଲସ୍ ଯୋଗୀକୁ ବହୁତ ଉପଯୋଗୀ ବୋଲି କହିଲେ ମୋଦି । ଏହାସହ ମୋଦି ପରୋକ୍ଷରେ ସମାଜବାଦୀ ପାର୍ଟିକୁ ମଧ୍ୟ ଟାର୍ଗେଟ କରିଛନ୍ତି । ଆଗରୁ ବଡ ପ୍ରକଳ୍ପ ଗୁଡିକ ପେପରରେ ଆରମ୍ଭ ହେଉଥିବା କଥା କହି ପୂର୍ବ ସରକାରକୁ ତେରଛା ବାଣ ମାରିଛନ୍ତି ମୋଦି । ଏହି କାଯକ୍ରମରେ ୟୁପି ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ । ମୋଦି ସରକାରଙ୍କ ଅମଳରେ ଦେଶର ଚାଷୀ ଗ୍ରାମବାସୀ , ଯୁବକ , କର୍ମଜୀବି ଓ ମହିଳା ଙ୍କୁ ସେମାନଙ୍କ ସମ୍ମାନ ମିଳୁଥିବା କହିଛନ୍ତି ଯୋଗୀ ।
ପ୍ରଥମ ପ୍ରଯ୍ୟାୟରେ ୫୯୪ କିଲୋମିଟର ରାସ୍ତାର ନିର୍ମାଣ କରାଯିବ । ଗଙ୍ଗା ନଦୀ କୂଳରେ ଦିଲ୍ଲୀ ବର୍ଡର ଠାରୁ ବଲିୟା ପର୍ଯ୍ୟନ୍ତ ୧୦୨୦ କିଲୋମିଟର ରାସ୍ତାକୁ ବନିବାର ପ୍ରସ୍ତାବ ରହିଛି । ଏହି ଏହି ଏକ୍ସପ୍ରେସ ୱେ ନିର୍ମାଣ ପରେ ରାଜ୍ୟର ପଶ୍ଚିମ ଓ ପୂର୍ବ କ୍ଷେତ୍ରକୁ ଏହା ଯୋଡିବ । ଏହାସହ ଏହି ଏକ୍ସପ୍ରେସ ୱେ ରେ ସାଢେ ୩ କିଲୋମିଟରର ଏୟାର ଷ୍ଟ୍ରିପ ମଧ୍ୟ ରହିଛି । ବାୟୁସେନାର ବିମାନର ଜରୁରି ଅବତରଣ ସୁବିଧା ସହ ଏୟାର ଆମ୍ବୁଲାନସ ବ୍ୟବସ୍ଥାକୁ ଧ୍ୟାନ ଦିଆଯିବ ।

ଉତରପ୍ରଦେଶର ନିର୍ବାଚନକୁ ଆଉ ରହିଲା ମାତ୍ର କେଇ ମାସ । ଆଉ ଏହାରି ଭିତରେ ଉତରପ୍ରଦେଶରେ ଜୋରଦାର ହେଇଛି ଉଦଘାଟନ ସହ ଶିଳାନ୍ୟାସ ପକ୍ରିୟା । ହସ୍ପିଟାଲ , ରାସ୍ତା , ଏୟାରପୋର୍ଟର ପରି ଯୋଜନା ମାଧ୍ୟମରେ ପୁଣି ଥରେ ୟୁପି ଦଖଲ କରିବା ଲକ୍ଷ୍ୟରେ ଭାଜପା ସରକାର । ଏହାରି ଭିତରେ ଅଖିଳେଶ ଏସବୁ କୁ ସମାଜବାଦୀ ପାର୍ଟିର ଯୋଜନା କହିବା ସହ ବିଜେପି ଫିତା କାଟିବା କାମ କରୁଛି କହି ସରକାରଙ୍କୁ ସମାଲୋଚନା କରିଛନ୍ତି ।

Leave A Reply

Your email address will not be published.