ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାରେ ତ୍ରୁଟି; ନିଲମ୍ବିତ ହେଲେ ୭ ପଞ୍ଜାବ ପୁଲିସ

450

ଚଣ୍ଡୀଗଡ଼: ଗତବର୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ଘଟିଥିବା ତ୍ରୁଟି ନିମନ୍ତେ ପଞ୍ଜାବ ସରକାର ଶନିବାର ଦିନ ଜଣେ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ସମେତ ୭ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ସେମାନଙ୍କ ନାମରେ କର୍ତ୍ତବ୍ୟରେ ଅବହେଳାଜନିତ ‘ଚାର୍ଜସିଟ୍‌’ ଫାଇଲ୍‌ କରାଯାଇଛି।

ନଭେମ୍ବର ୨୨ ତାରିଖ ଦିନ ରାଜ୍ୟ ଗୃହ ମନ୍ତ୍ରାଳୟଦ୍ବାରା ଜାରି କରାଯାଇଥିବା ଉକ୍ତ ଆଦେଶନାମାରେ ବଠିଣ୍ଡା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଗୁରୁବିନ୍ଦର ସିଂହ ସାଙ୍ଘା, ‘ଡିଏସ୍‌ପି’ ପାହ୍ୟାର ପୁଲିସ ଅଧିକାରୀ ପାର୍ସୋନ୍‌ ସିଂହ ଓ ଜଗଦୀଶ କୁମାର, ଇନ୍‌ସ୍‌ପେକ୍ଟର୍‌ ଜତିନ୍ଦର ସିଂହ ଓ ବଲ୍‌ୱିନ୍ଦର୍‌ ସିଂହ, ସବ୍‌-ଇନ୍‌ସ୍‌ପେକ୍ଟର୍‌ ଯଶୱନ୍ତ ସିଂହ ଓ ସହକାରୀ ସବ୍‌-ଇନ୍‌ସ୍‌ପେକ୍ଟର୍‌ ରମେଶ କୁମାରଙ୍କୁ ନିଲମ୍ବନ କରାଯାଇଥିବା କଥା ଉଲ୍ଲେଖ କରାଯାଇଛି।

Comments are closed, but trackbacks and pingbacks are open.