ଆସୁଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ, ସୁନା ମୁଦି ଓ ମାଛ ମାଗଣା ବଣ୍ଟା

42

ଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍‌ ସେପ୍‌ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍ମଦିନ । ଗତକାଲି ସେ ୭୨ ବର୍ଶ ବୟସରେ ପାଦ ଥାପିବେ । ସେହି ଶୁଭ ଅବସରକୁ ସ୍ମରଣୀୟ ଭାବେ ପାଳନ କରିବାକୁ ଦଳୀୟ ନେତା ଓ ପ୍ରଶଂସକମାନେ ଲାଗିପଡ଼ିଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ସାଧାରଣ ଲୋକଙ୍କୁ କେତେକ ସ୍ଥାନ ଉପହାର ବଣ୍ଟାଯିବ ବୋଲି ଦଳୀୟ କର୍ମକର୍ତ୍ତାମାନେ ଘୋଷଣା ମଧ୍ୟ କରିସାରିଛନ୍ତି ।

ତାମିଲନାଡୁର ବିଜେପି ମୋଦିଙ୍କ ଜନ୍ମଦିନକୁ ଉତ୍ସବ ଭାବେ ପାଳିବା ପାଇଁ ସେହିଦିନ ଜନ୍ମ ହେବାକୁଥିବା ଶିଶୁଙ୍କୁ ସୁନା ମୁଦି ଦେବେ ବୋଲି ରାଜ୍ୟ ମତ୍ସ୍ୟ ପାଳନ ଏବଂ ସୂଚନା ବା ପ୍ରସାରଣ ରାଜ୍ୟ ମନ୍ତ୍ରୀ ଏଲ୍‌ ମୁରୁଗନ୍‌ ଘୋଷଣା କରିଛନ୍ତି । ଏଥିପାଇଁ ଚେନ୍ନାଇ ସ୍ଥିତ ସରକାରୀ ଆରଏସଆରଏମ୍‌ ହସ୍ପିଟାଲକୁ ଚୟନ କରାଯାଇଛି । ଯେଉଁଠାରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଜନ୍ମ ହୋଇଥିବା ସମସ୍ତ ଶିଶୁଙ୍କୁ ସୁନା ମୁଦି ମାଗଣା ଦିଆଯିବ । ତେବେ ଏହି ଉପହାରର ଖର୍ଚ୍ଚକୁ ବାବଦକୁ ନେଇ ସେ କହିଛନ୍ତି, ପ୍ରତ୍ୟେକ ମୁଦିରେ ପ୍ରାୟ ୨ ଗ୍ରାମ ସୁନା ରହିଛି । ଯାହାର ମୂଲ୍ୟ ୫୦୦୦ ଟଙ୍କା ହେବ । ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଜନ୍ମ ହୋଇଥିବା ପିଲାଙ୍କୁ ବିଶେଷ ସ୍ୱାଗତ କରିବାକୁ ଚାହୁଁଛୁ ।

ସେହିପରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀର ଏକ ରେସ୍ତୋରାଁ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ନାମରେ ଏକ ବିଶାଳ ଥାଳିର ଶୁଭାରମ୍ଭ କରିବ । ଦିଲ୍ଲୀର କନ୍ନଟ୍‌ ପ୍ଲେସ୍‌ର ଅବସ୍ଥିତ ‘ଅଡୋର୍ର୍‌ ୨.୧’ ନାମକ ରେସ୍ତୋରାଁ ଏକ ବିଶାଳ ଥାଳି ପ୍ରସ୍ତୁତି କରିବ । ଯାହା ମଧ୍ୟରେ ୫୬ ପ୍ରକାର ବ୍ୟଞ୍ଜନ ପରିବେଶଷଣ କରାଯିବ । ରେସ୍ତୋରାଁର ମାଲିକ ସୁମିତ କଲାରାଙ୍କ ସୂଚନା ଅନୁସାରେ, ମୋଦୀଜୀଙ୍କ ପ୍ରତି ମୋର ଅଗାଧ ସମ୍ମାନ ରହିଛି । ଏଣୁ ଆମେ ତାଙ୍କ ନାମରେ ଏକ ‘୫୬ ଇଞ୍ଚ୍‌ ମୋଦୀଜୀ’ ଥାଳି ପ୍ରସ୍ତୁତି କରୁଛୁ । ଯଦି କେହି ୪୦ ମିନିଟ୍‌ରେ ଏହି ଥାଳି ଶେଷ କରିଦେବେ, ତାଙ୍କୁ ୮.୫ ଲକ୍ଷ ଟଙ୍କା ପୁରସ୍କାର ମିଳିବ । ଏହାଛଡ଼ା, ସେପ୍‌ଟେମ୍ବର ୧୭ରୁ ୨୬ ମଧ୍ୟରେ ଆମ ରେସ୍ତୋରାଁକୁ ଆସି ଏହି ଥାଳି ଭୋଜନ କରିଥିବା ବ୍ୟକ୍ତିମାନଙ୍କ ପାଇଁ ଲଟେରି ରହିଛି । ଭାଗ୍ୟବାନ ବିଜେତା ଅଥବା ଦମ୍ପତିଙ୍କୁ କେଦାରନାଥ ଯାତ୍ରାରେ ନିଆଯିବ ।

ତାମିଲନାଡୁରେ ମୋଦୀଙ୍କ ଜନ୍ମଦିନ ଅବସରରେ ୭୨୦ କେଜିର ମାଛ ଉପାହାର ଦେବାକୁ ମଧ୍ୟ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ହିଁ ମାଗଣା ମାଛ ବଣ୍ଟାଯିବ । ମୋଦୀ ୭୨ ବର୍ଷରେ ପଦାର୍ପଣ କରୁଛନ୍ତି । ଏଣୁ ୭୨୦ କେଜି ମାଛ ବାଣ୍ଟିବାକୁ ବିଜେପିର ତାମିଲନାଡୁ ଦଳ ନିଷ୍ପତ୍ତି ନେଇଛି ।

ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ଦିଲ୍ଲୀ ବିଜେପି ସେପ୍‌ଟେମ୍ବର ୧୭ରୁ ଅକ୍‌ଟୋବ୨ ପର୍ୟ୍ୟନ୍ତ ‘ସେବା ପାଖୱାଡେ’ପାଳନ କରିବ । ଏହି ସମୟରେ ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ରକ୍ତଦାନ ଶିବିର ଆୟୋଜନ ହେବ । ଏହାଛଡ଼ା ଜନ୍ମଦିନ ଅବସରରେ ଏକ ସ୍ୱତନ୍ତ୍ର ଦୌଡ଼ର ଆୟୋଜନ କରାଯିବ । ଅକ୍‌ଟୋବର ୧୮ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ଦୌଡ ପାଇଁ ପତାକା ଦେଖାଇବେ । ସହରର ସମସ୍ତ ବସ୍ତିରୁ ପ୍ରାୟ ୧୦,୦୦୦ ଯୁବକ ଏହି ଦୌଡ଼ରେ ଅଂଶଗ୍ରହଣ କରିବେ ବୋଲି ଦିଲ୍ଲୀ ବିଜେପି ରାଜ୍ୟ ସଭାପତି ଆଦେଶ ଗୁପ୍ତା ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.