ସାଉଦି ଆରବ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

157

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସାଉଦି ଆରବ ଅଭିମୁଖେ ଯାତ୍ରା କରିଛନ୍ତି। ସେ ଦୁଇ ଦିନ ପାଇଁ ଜେଦ୍ଦାରେ ରହିବେ। ପ୍ରଧାନମନ୍ତ୍ରୀ ମୋଦୀ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କୁ ଭେଟିବେ। ଏହି ଦୁଇଜଣଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ମୋଦୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସେମାନଙ୍କ ଆଲୋଚନାର ଏଜେଣ୍ଡା କ’ଣ ହେବ ବୋଲି କହିଛନ୍ତି। ଭାରତ ଏବଂ ସାଉଦି ଆରବ ମଧ୍ୟ ଅନେକ ଚୁକ୍ତିନାମା ସ୍ୱାକ୍ଷର କରିପାରନ୍ତି। ପ୍ରଧାନମନ୍ତ୍ରୀ ମୋଦୀ X ରେ ଲେଖିଛନ୍ତି ଯେ, “ମୁଁ ସାଉଦି ଆରବର ଜେଦ୍ଦାଦା ଯାଉଛି। ମୁଁ ଏଠାରେ ଅନେକ ବୈଠକ ଏବଂ କାର୍ଯ୍ୟକ୍ରମରେ ଯୋଗଦେବି। ସାଉଦି ଆରବ ସହ ଆମର ଐତିହାସିକ ସମ୍ପର୍କକୁ ଭାରତ ଗୁରୁତ୍ୱ ଦେଉଛି। ଗତ ଦଶନ୍ଧି ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଯଥେଷ୍ଟ ବୃଦ୍ଧି ପାଇଛି। ମୁଁ ସେଠାରେ ଥିବା ଭାରତୀୟ ସମ୍ପ୍ରଦାୟ ସହିତ ମଧ୍ୟ ଆଲୋଚନା କରିବି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଉଦି ଆରବ ଗସ୍ତ ଅନେକ ଦିଗରେ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ସୂଚନା ଅନୁଯାୟୀ ଭାରତ ଏବଂ ସାଉଦି ଆରବ ମଧ୍ୟରେ ୬ ଟି ଚୁକ୍ତିନାମା ସ୍ୱାକ୍ଷରିତ ହୋଇପାରେ। ଏଥିରେ ଭାରତୀୟ ହଜ୍ ତୀର୍ଥଯାତ୍ରୀଙ୍କ ପାଇଁ କୋଟା ସମେତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ସାଉଦି ଆରବର ଜେଦ୍ଦାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ସନ୍ଧ୍ୟା ୭.୦୦ (ସାଉଦି ସମୟ ୪.୩୦) ରେ ଭାରତୀୟ ସମ୍ପ୍ରଦାୟ ସହିତ ଆଲୋଚନା କରିବେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କୁ ଭେଟିବେ। ସେ ରାତି ୮ ଟାରୁ (ସାଉଦି ଆରବ ସମୟ ଅପରାହ୍ନ ୫.୩୦) ରୟାଲ ପ୍ୟାଲେସରେ ରହିବେ।

Comments are closed, but trackbacks and pingbacks are open.