ବାଜପେୟୀ ଜୀ ଙ୍କ ଜନ୍ମ ବାର୍ଷିକୀ ଅବସରରେ ଟ୍ୱିଟ କରି ସ୍ମୃତିଚାରଣ କଲେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହା

161

ଆଜି ପୂର୍ବତନ ସ୍ବର୍ଗୀୟ ପ୍ରଧାନ ମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଙ୍କର ଶୁଭ ଜନ୍ମଦିନ Iଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମ ବାର୍ଷିକୀରେ ସ୍ୱର୍ଗତ ନେତା ଅଟଳ ବିହାରୀ ବାଜପେୟୀଙ୍କୁ ସ୍ମରଣ କରିଛନ୍ତି । ସେ ତାଙ୍କ ଟୁଇଟରେ ଲେଖିଛନ୍ତି, ତାଙ୍କ ଜନ୍ମ ବାର୍ଷିକୀରେ ଅଟଳ ଜୀଙ୍କୁ କୋଟି କୋଟି ନମନ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଆଜି ଖ୍ରୀଷ୍ଟମାସ ଅବସରରେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଜନ୍ମ ବାର୍ଷିକୀରେ ପଣ୍ଡିତ ମଦନ ମୋହନ ମାଲଭିଆଙ୍କୁ ମଧ୍ୟ ପ୍ରଣାମ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ ତାଙ୍କ ଜନ୍ମ ବାର୍ଷିକୀରେ ଅଟଳ ଜୀଙ୍କୁ ପ୍ରଣାମ । ଜାତି ପାଇଁ ତାଙ୍କର ସମୃଦ୍ଧ ସେବା ଦ୍ୱାରା ଆମେ ଅନୁପ୍ରାଣିତ । ଭାରତକୁ ଶକ୍ତିଶାଳୀ ଏବଂ ବିକଶିତ କରିବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ତାଙ୍କର ବିକାଶମୂଳକ ପଦକ୍ଷେପ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଭାବରେ ପ୍ରଭାବିତ କରିଥିଲା ।ଏଥି ସହିତ ପଣ୍ଡିତ ମଦନ ମୋହନ ମାଲଭିଆଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ମହାନ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍ ତଥା ସାମାଜିକ ସଂସ୍କାରକ ମହାମଣି ପଣ୍ଡିତ ମଦନ ମୋହନ ମାଲବ୍ୟ ଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି।

ଏହା ସହିତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସହ ମଧ୍ୟ ଟ୍ୱିଟ କରି ପୂର୍ବତନ ପ୍ରଧାନ ମନ୍ତ୍ରୀ ମୋଦି ଙ୍କ ର ସ୍ମୃତି ଚାରଣ କରିଛନ୍ତି I ସେ ଟୁଇଟ୍ କରି କହିଛନ୍ତି, ‘ମାତା ଭାରତୀଙ୍କ ପରମ ବୈଭବ ଫେରାଇ ଆଣିବା ପାଇଁ ଜୀବନର ଲକ୍ଷ୍ୟ ସ୍ଥିର କରି ଅଟଳ ଜୀ ନିଜର ଅଦମ୍ୟ ନୀତି ତଥା ଅଦ୍ଭୁତ ଭକ୍ତି ସହିତ ଦୂରଦୃଷ୍ଟି ତଥା ଦେଶରେ ଉତ୍ତମ ଶାସନକୁ ହୃଦୟଙ୍ଗମ କରି ଭାରତୀୟ ରାଜନୀତିରେ ଏକ ନୂତନ ଦିଗ ଦେଇଛନ୍ତି। ଏମିତି ଅଦ୍ଵିତୀୟ ଦେଶପ୍ରେମୀ, ରାଷ୍ଟ୍ରଭକ୍ତ ବାଜପେୟୀ ଜୀ ଙ୍କ ଜନ୍ମ ବାର୍ଷିକୀରେ ତାଙ୍କୁ ଚରଣବନ୍ଦନା କରୁଛି I

Leave A Reply

Your email address will not be published.