୫ଜି ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

200

ନୂଆଦିଲ୍ଲୀ : ଆଜି ଭାରତ ପାଇଁ ଏକ ଐତିହାସିକ ଦିନ । ଆଜି ଭାରତରେ ୫ଜି ସେବାର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ପ୍ରଗତି ମଇଦାନରେ ୫ଜି ସେବାର ଶୁଭାରମ୍ଭ କରିଛନ୍ତିି । ପ୍ରଥମ ପର୍ଯ୍ୟାୟରେ ଦେଶର ୧୩ଟି ପ୍ରମୁଖ ସହରରେ ଏହି ସେବା ଉପଲବ୍ଧ ହେବ ।  ଏହି ୫ଜି ସେବା ଦ୍ୱାରା ଭାରତ ଆହୁରି ବିକଶିତ ହୋଇପାରିବ । ପୂର୍ବରୁ ଥିବା ୪ଜି ସେବାଠାରୁ ୫ଜି ସେବା ଅନେକ ଗୁଣା ସ୍ପିଡ୍ ରହିଛି । ଶିକ୍ଷା, ସ୍ୱାସ୍ଥ୍ୟ ସହ ବିଭିନ୍ନ କ୍ଷେତ୍ରରେ ଏହା କ୍ରାନ୍ତି ଆଣିବ ବୋଲି କୁହାଯାଉଛି । ଏହି ସେବା ପାଇଁ ଲୋକମାନେ ଦୀର୍ଘଦିନରୁ ଅପେକ୍ଷା କରିଥିଲେ । ଏହା ସାମାଜିକ ଗଣମାଧ୍ୟମଠୁ ଆରମ୍ଭ କରି ଅନଲାଇନ୍ ଗେମିଂ, ରିମୋଟ କଣ୍ଟ୍ରୋଲ ଗେମ୍ ଆଦି ସବୁଥିରେ ବିକାଶର ନୂଆ ଦିଗ ଦେଖାଇବ । 

Comments are closed, but trackbacks and pingbacks are open.