୩୪୧ କିଲୋମିଟର ଲମ୍ବା ପୂର୍ବାଞ୍ଚଳ‘ଏକ୍ସପ୍ରେସ ୱେ’ କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ : ଶୁଣନ୍ତୁ ଅଭିଭାଷଣ ରେ କଣ କହିଲେ

13

ଆଜି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ୩୪୧ କିଲୋମିଟର ଲମ୍ବା ‘ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ’ କୁ ଉଦଘାଟନ କରିଛନ୍ତି I ଏଠାରେ ଥିବା ରନୱେରେ ମୋଦୀଙ୍କ ହରକ୍ୟୁଲେସ ବିମାନ ଅବତରଣ କରିଛି । । ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଯେଉଁ ‘ପୃଥିବୀରେ ହନୁମାନଜୀ କଲନେମୀଙ୍କୁ ହତ୍ୟା କରିଛନ୍ତି, ମୁଁ ସେହି ଦେଶର ଲୋକଙ୍କ ପାଦ ଛୁଉଁଚି । ଏଠାରେ ଥିବା ମାଟିରେ ସ୍ୱାଧୀନତା ସଂଗ୍ରାମର ଗନ୍ଧ ରହିଥାଏ , ଏହି ପବିତ୍ର ଭୂମି ‘ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ’ ର ଉପହାର ପାଉଛି, ଯାହାକୁ ଆପଣ ଦୀର୍ଘ ସମୟ ଅପେକ୍ଷା କରିଥିଲେ I ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ’ I ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯାହାର ୟୁପିର ସାମର୍ଥ୍ୟ ଉପରେ ସନ୍ଦେହ ଅଛି, ସେ ଏଠାକୁ ଆସି ୟୁପିର ସାମର୍ଥ୍ୟ ଦେଖିପାରିବେ। ଯେଉଁଠାରେ ୩-୪ ବର୍ଷ ପୂର୍ବେ କେବଳ ଜମି ଥିଲା, ବର୍ତ୍ତମାନ ଏହିପରି ଏକ ଆଧୁନିକ ଏକ୍ସପ୍ରେସୱେ ହୋଇ ପାରିଛି I
ସୂଚନାନୁସାରେ ୨୦୧୮ ମସିହାରେ ଏହି ‘ଏକ୍ସପ୍ରେସ ୱେ’ର ପୁନାଦି ପକାଇଥିଲେ ମୋଦୀ । ଏହି ଏକ୍ସପ୍ରେସ ୱେ ପୂର୍ବ ଉତ୍ତରପ୍ରଦେଶକୁ ପଶ୍ଚିମ ଉତ୍ତର ପ୍ରଦେଶ ସହ ଯୋଡିବ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଗାଜିପୁରକୁ ସଂଯୋଗ କରିବ ପୂର୍ବାଞ୍ଚଳ ଏକସପ୍ରେସ ୱେ । ଏହି ଏକ୍ସପ୍ରେସ ୱେ ନିର୍ମାଣରେ ପାଖାପାଖି ୨୨,୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଆଉ ସବୁଠୁ ବଡ କଥା ହେଲା ଏହି ଏକ୍ସପ୍ରେସ ୱେ ୯ଟି ଜିଲ୍ଲାକୁ ଅତିକ୍ରମ କରିଛି । ୬ ଲେନ୍ ବିଶିଷ୍ଟ ଏହି ଏକ୍ସପ୍ରେସ ୱେରେ ୩.୨ କିଲୋମିଟର ଯାଏଁ ରନୱେ ରହିଛି । ଯାହାକୁ ଆଜି ପ୍ରଧାନ ମନ୍ତ୍ରୀ ଉଦଘାଟନ କରିଛନ୍ତି ।

Leave A Reply

Your email address will not be published.