ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ଏକାଧିକ ଓଡ଼ିଆ

100

ଭୁବନେଶ୍ୱର: ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପ୍ରତିବର୍ଷ ପ୍ରକାଶ କରୁଥିବା ବିଶ୍ୱର ‘ଶ୍ରେଷ୍ଠ ୨% ବୈଜ୍ଞାନିକ’ ତାଲିକାରେ ଏବେ ଓଡ଼ିଶାର ଅନେକ ବୈଜ୍ଞାନିକ ଓ ଗବେଷକ ସ୍ଥାନ ପାଇଛନ୍ତି । ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହି ତାଲିକା ପ୍ରସ୍ତୁତ କରାଯାଇଛି । ଏଥିରେ SOA ବିଶ୍ୱବିଦ୍ୟାଳୟର ୨୦ ଜଣ, ରାଉରକେଲାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ୧୮ ଜଣ, KIITର ୬ ଜଣ, ବ୍ରହ୍ମପୁରର ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ, OUAT, OUTR, ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦୁଇଜଣ ଲେଖାଏଁ ଗବେଷକ, CIPET, FM ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ଗୁଣୁପୁରର GIET ବିଶ୍ୱବିଦ୍ୟାଳୟ, କେଉଁଝରର ସରକାରୀ ଇଞ୍ଜିନିୟରିଂ କଲେଜ, CIFA-ଭୁବନେଶ୍ୱର ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରୁ ଜଣେ ଲେଖାଏଁ ଗବେଷକ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ତାଲିକାରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସର ଲୁନା ସାମନ୍ତ ଅଛନ୍ତି, ଯିଏ ବର୍ତ୍ତମାନ ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ଅଛନ୍ତି । ସୂଚନା ମୁତାବକ, ପ୍ରତିବର୍ଷ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଏଲସେଭିୟର ଏବଂ ସ୍କୋପସ ସହଯୋଗରେ ରାଙ୍କିଂ ପ୍ରକାଶ କରେ। ଷ୍ଟାନ୍‌ଫୋର୍ଡ ଦ୍ୱାରା ପ୍ରକାଶିତ ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକା ଏକ ଗୁରୁତ୍ୱପୂର୍ଣ୍ଣ ରାଙ୍କିଙ୍ଗ ଯାହାକି ଗବେଷଣା କ୍ଷେତ୍ରରେ ଉଚ୍ଚମାନର କାର୍ଯ୍ୟ କରୁଥିବା ଗବେଷକ ମାନଙ୍କୁ ନେଇ ପ୍ରସ୍ତୁତ ହୋଇଥାଏ । ବୈଜ୍ଞାନିକମାନଙ୍କୁ ୨୨ଟି ପ୍ରମୁଖ ବିଜ୍ଞାନ କ୍ଷେତ୍ର ଓ ୧୭୪ଟି ଉପ-କ୍ଷେତ୍ରରେ ବର୍ଗୀକୃତ କରି, ବିଶ୍ୱର ସର୍ବାଧିକ ପ୍ରଭାବଶାଳୀ ୨% ବୈଜ୍ଞାନିକଙ୍କ ରାଙ୍କିଂ ପ୍ରକାଶ କରାଯାଏ ।

Comments are closed, but trackbacks and pingbacks are open.