ପ୍ରେସ କାଉନସିଲ ଅଫ ଇଣ୍ଡିଆ ନାମ ବ୍ୟବହାରକୁ ବାରଣ

139

ଭୁବନେଶ୍ୱର- ଭାରତୀୟ ପ୍ରେସ ପରିଷଦ ହେଉଛି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଏକ ବୈଧାନିକ ଅଙ୍ଗ। ଯାହାକି ପ୍ରେସ କାଉନସିଲ ଆଇନ ୧୯୭୮ ଅନୁଯାୟୀ ଗଠିତ। ଏହାର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗଣମାଧ୍ୟମ ସ୍ୱାଧୀନତାକୁ ସୁରକ୍ଷିତ ରଖିବା ଓ ଭାରତର ସମ୍ବାଦପତ୍ର ଓ ଏହାର ମାନଦଣ୍ଡକୁ ରକ୍ଷା କରିବା। ନୂଆଦିଲ୍ଲୀସ୍ଥିତ ସୂଚନା ଭବନ,ସିଜିଓ କମ୍ପେଲକ୍ସ, ଲୋଧି ରୋଡଠାରେ ପ୍ରେସ କାଉନସିଲର ସଚିବାଳୟ କାର୍ଯ୍ୟ କରୁଥିବା ବେଳେ ଏହାର କୌଣସି ରାଜ୍ୟ ଶାଖା ନାହିଁ । ଏହି ନାମରେ ନାମିତ ପ୍ରାଧିକୃତ ଶାଖା କୌଣସି ସ୍ଥାନରେ କାର୍ଯ୍ୟ କରେ ନାହିଁ । ମାତ୍ର ସମ୍ପ୍ରତି ଏହି ପ୍ରେସ କାଉନସିଲ ଶବ୍ଦଟି ଅନ୍ୟ ପ୍ରେସ ସଂଗଠନ ମାନଙ୍କ ଦ୍ୱାରା ବ୍ୟବହାର ହେଉଥିବା ମନ୍ତ୍ରଣାଳୟର ଦୃଷ୍ଟିଗୋଚର ହେଉଛି । ଏହାଦ୍ୱାରା ପ୍ରେସ କାଉନସିଲ ଅଫ ଇଣ୍ଡିଆର ମର୍ଯ୍ୟାଦା ପ୍ରତି ଆଞ୍ଚ ଆସୁଛି । କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ଏହି ଶବ୍ଦକୁ ବ୍ୟବହାର କରିବା ସମ୍ପୂର୍ଣ ଆଇନ ବିରୁଦ୍ଧ ବିରୋଧ। ଏହି ପରିପ୍ରେକ୍ଷୀରେ କୌଣସି ସ୍ଥାନୀୟ ସଂସ୍ଥା କିମ୍ବା ସଂଗଠନ ପ୍ରେସ କାଉନସିଲ କିମ୍ବା ଏହାର ହିନ୍ଦୀ ଅନୁବାଦ ଭାରତୀୟ ପ୍ରେସ ପରିଷଦ ନାମରେ ନିବନ୍ଧନ ବ୍ୟବହାରକୁ ସର୍ବଦା ବାରଣ କରାଯାଉଛି l ଏହାର ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାରତୀୟ ପ୍ରେସ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed, but trackbacks and pingbacks are open.