ରାଷ୍ଟ୍ରପତି ପୁରସ୍କାର ପାଇଥିବା କିଟ୍‍ ଛାତ୍ରୀ ଆକାଙ୍‍କ୍ଷା ସମ୍ବର୍ଦ୍ଧିତ

28

ଭୁବନେଶ୍ୱର ୨୬ ।୯: ଏନ୍‍ଏସ୍‍ଏସ୍‍ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଟ୍‍ ଲ ସ୍କୁଲ୍‍ ଛାତ୍ରୀ ଆକାଙ୍‍କ୍ଷା କବିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କରିଛନ୍ତି । ରାଇସିନା ହିଲ୍‍ସ୍ଥିତ ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କିଟ୍‍ ଲ ଛାତ୍ରୀ ଆକାଙ୍‍କ୍ଷାଙ୍କୁ ଗତ୨୪ ତାରିଖରେ ୨୦୨୦-୨୧ ବର୍ଷ ପାଇଁ ଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କରିଥିଲେ । ଆଜି ଏହି ଉପଲକ୍ଷେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆକାଙ୍‍କ୍ଷାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ । ଏନ୍‍ଏସ୍‍ଏସ୍‍ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଆକାଙ୍‍କ୍ଷାଙ୍କ ସମେତ ଓଡ଼ିଶାର ୩ଜଣ ପ୍ରତିଭାବାନ ସ୍ୱେଚ୍ଛାସେବୀଙ୍କୁ ତିନୋଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଜାତୀୟ ପୁରସ୍କାର ଗ୍ରହଣ କରିବାରେ ଆକାଙ୍‍କ୍ଷା ପ୍ରଥମ କିଟ୍‍ ଛାତ୍ରୀ । ଆକାଙ୍‍କ୍ଷାଙ୍କୁ ଏହି ପୁରସ୍କାର ମିଳିଥିବାରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହା କିଟ୍‍ ବିଶ୍ୱବିଦ୍ୟାଳୟ ପାଇଁ ଗୌରବର ବିଷୟ ବୋଲି କହିଛନ୍ତି । ପିଲାଟି ଦିନରୁ ଆକାଙ୍‍କ୍ଷା ବହୁ ପ୍ରତିଭା ସମ୍ପନ୍ନ । ୨୦୦୯ରେ ସେ ଜାତୀୟ ଶିଶୁ ପୁରସ୍କାର ପାଇଥିବା ବେଳେ ୨୦୧୧ରେ କିଟ୍‍ ନହ୍ନିପରୀ ପୁରସ୍କାର ବିଜୟିନୀ ହୋଇଥିଲେ । ଏହା ବ୍ୟତୀତ ନିଜ ପ୍ରତିଭା ପାଇଁ ସେ ୭ଶହରୁ ଊର୍ଦ୍ଧ୍ୱ ପୁରସ୍କାର ଓ ସମ୍ମାନ ପାଇଛନ୍ତି । କିଟ୍‍ ଏନ୍‍ଏସ୍‍ଏସ୍‍ ବିଭାଗରେ ସେ ଜଡ଼ିତ ରହି ବେଶ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ।

Comments are closed, but trackbacks and pingbacks are open.