ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ୨୦୨୨ : ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଦ୍ରୌପଦୀ ମୁର୍ମୁ ଆଗରେ

16

ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଗଣନା ମଧ୍ୟ ଶେଷ ହୋଇଛି। ଏହା ପରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଜୟର ନିକଟତର ହୋଇଛନ୍ତି। ସେ ମୋଟ ୧୩୪୯ ଭୋଟ୍ ପାଇଥିଲେ I ଯେଉଁଠାରେ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା ୫୩୭ ଭୋଟ୍ ପାଇଛନ୍ତି।

ସେହିପରି ପ୍ରଥମ ରାଉଣ୍ଡ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣତିରେ ମଧ୍ୟ ଦ୍ରୌପଦୀ ମୁର୍ମୁ ଆଗରେ ରହିଥିଲେ । ସାଂସଦଙ୍କ ଭୋଟ୍ ଗଣନା ଶେଷ ହୋଇଛି। ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ୫୪୦ ସାଂସଦଙ୍କ ଭୋଟ୍ ପାଇଥିଲେ । ଯେଉଁଠାରେ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା ୨୦୮ ଭୋଟ୍ ପାଇଥିଲେ । ୧୫ ସାଂସଦଙ୍କ ଭୋଟ୍ ଅଯୋଗ୍ୟ ହୋଇଥିଲା ।
ସେପଟେ ଧିରେ ଧିରେ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସ୍ପଷ୍ଟ ହେବାକୁ ଯାଉଥିବା ବେଳେ ଦ୍ରୌପଦୀଙ୍କ ବିଜୟ ଉତ୍ସବ ମନାଇବାକୁ ୧ ଲକ୍ଷ ୩୫ ହଜାର ଗ୍ରାମରେ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । କୁହାଯାଉଛି କି , ଯେଉଁ ଗ୍ରାମ ମାନଙ୍କରେ ଆଦିବାସୀ ସଂପ୍ରଦାୟର ଅଧିକ ଲୋକ ରହୁଛନ୍ତି ସେହିସବୁ ଗ୍ରାମରେ ବିଜେପି ବିଜୟ ଉତ୍ସବ ପାଳନ କରିବାକୁ ପ୍ରସ୍ତୁତି କରୁଛି ।

Comments are closed, but trackbacks and pingbacks are open.