ପୂର୍ବତନ ପ୍ରଧାମନ୍ତ୍ରୀ ବାଜପେୟୀଙ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

31

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୯୮ତମ ଜୟନ୍ତୀ । ଏହି ଅବସରରେ ଦିଲ୍ଲୀସ୍ଥିତ ଅଟଳ ସ୍କାରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ବହୁ ବିଜେପି ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ଭିଡିଓ ଟ୍ୱିଟ୍‌କରି ଲେଖିଥିଲେ ଜୟନ୍ତୀ ଅବସରରେ ବାଜେୟୀଙ୍କୁ ନମନ । ଭାରତ ପାଇଁ ତାଙ୍କ ଯୋଗଦାନ ଅମିତ । ତାଙ୍କ ନେତୃତ୍ୱ ଏବଂ ଦୂରଦୃଷ୍ଟି ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରିତ କରୁଛି । ଅନ୍ୟପକ୍ଷରେ ବିଜେପି ଆଜିର ଦିନକୁ ଗୁଡ୍ ଗଭର୍ଣ୍ଣାନ୍ସ ଡେ’ ଅର୍ଥାତ୍ ସୁଶାସନ ଦିବସ ରୂପେ ପାଳନ କରୁଛି । ସମସ୍ତ ବୁଥ୍‌ରେ ଅଟଳ ଜୟନ୍ତୀକୁ ବ୍ୟାପକ ସ୍ତରରେ ପାଳନ କରାଯାଇଛି । ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କବିତାଗୁଡ଼ିକ ଉପରେ କାବ୍ୟାଞ୍ଜଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

Comments are closed, but trackbacks and pingbacks are open.