ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ଛକରେ ଅନଲାଇନ୍ ଗାଡ଼ି ଚାଳକ ସଂଘର ହିଂସାତ୍ମକ ଆନ୍ଦୋଳନ ଘଟଣାରେ କମିଶନରେଟ୍ ପୋଲିସ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାରେ ଖାରବେଳନଗର ଥାନା ପୋଲିସ ଗତକାଲି (ଶୁକ୍ରବାର) ରାତିରେ ସ୍ମାର୍ଟ ସିଟି ଅନ୍ଲାଇନ ଅଟୋ-ଟ୍ୟାକ୍ସି ଡ୍ରାଇଭର୍ ସଂଘର ଚେୟାରମ୍ୟାନ ଦିନବନ୍ଧୁ ନାୟକ ପୁରୀରୁ ଗିରଫ କରିଛି । ୧୯ ତାରିଖରେ ହିଂସାତ୍ମକ ଆନ୍ଦୋଳନ ପରେ ଦିନବନ୍ଧୁ ଫେରାର ହୋଇଯାଇଥିଲେ । ପୁରୀ ସହର ନିକଟରେ ଦିନବନ୍ଧୁ ଥିବା ଖବର ପାଇ ପୋଲିସ ତାଙ୍କୁ ସେଠାରୁ ଗିରଫ କରିଥିଲା । ଜାମିନ ନାମଞ୍ଜୁର ପରେ ଦିନବନ୍ଧୁଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପୂର୍ବରୁ ଏହି ଘଟଣାରେ ୧୧୩ ଜଣ ଅଭିଯୁକ୍ତ ଡ୍ରାଇଭର ଗିରଫ ହୋଇ ଜେଲରେ ଅଛନ୍ତି । ଏବେ ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ୧୧୪ରେ ପହଞ୍ଚିଛି । ଆଉ କିଛି ଅଭିଯୁକ୍ତ ଚାଳକ ଗିରଫ ହୋଇପାରନ୍ତି ବୋଲି ସୂଚନା ମିଳିଛି ।
Comments are closed, but trackbacks and pingbacks are open.