ରେଭେନ୍ସାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

340

କଟକ: ଆଜି ରାଷ୍ଟ୍ରପତି କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଅତିଥିଭାବେ ଯୋଗ ଦେଇଛନ୍ତି। ରେଭେନ୍ସା ଅନୁଭୂତି ନେଇ ନିଜ ମତ ରଖିଛନ୍ତି ଏବଂ କହିଛନ୍ତି ମୋ ଝିଅ ଏଠାରେ ଦୁଇ ବର୍ଷ ପାଠ ପଢିବା ସମୟରେ ମୁଁ ହଷ୍ଟେଲକୁ ଆସିଥିଲି। ଏହା କେବଳ ଇଟା ସିମେଣ୍ଟରେ ଗଢା ନୁହେଁ , ଏହା ଏକ ଶାଳ ଗ୍ରାମ। ଏହି ଅନୁଷ୍ଠାନ ଭାରତ ଇତିହାସ ସହ ଯୋଡି ହୋଇରହିଛି। ଗତ ଦୁଇ ବର୍ଷ ହେଲା ଝିଅମାନେ ଏଠାରେ ସଫଳତାର ଆଗରେ । ଏବଂ ସେ କହିଛନ୍ତି ଚାକିରି କରିବା ପାଇଁ ନୁହେଁ , ଚାକିରି ଦେବାକୁ ଉଦ୍ୟମ କରନ୍ତୁ। ମଧୁବାବୁଙ୍କ ଦ୍ଵାରା ନିର୍ମିତ ଜୋତା କାରଖାନାର ମଧ୍ୟ ଉଦାହରଣ ରଖିଛନ୍ତି। ରେଭେନ୍ସା ଏକ ପୁରୁଣା ଅନୁଷ୍ଠାନ ମାତ୍ର ପୁରୁଣା କାଳିଆ ନୁହେଁ। ଯେଉଁ କର୍ମକ୍ଷେତ୍ରରେ ଥିଲେ ବି ଅନୁଷ୍ଠାନକୁ ଭୁଲି ପାରିବା ନାହିଁ। ଅନ୍ୟପଟେ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ତିନୋଟି ଅଟ୍ଟାଳିକାର ପୁନର୍ବିକାଶ ଲାଗି ଶିଳାନ୍ୟାସ କରିଛନ୍ତି ରାଷ୍ଟ୍ରପତି। ଆଦିକବି ସାରଳା ଦାସଙ୍କ ଜନ୍ମବାର୍ଷିକୀ ସମାରୋହରେ ଯୋଗଦେବା ସହିତ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ପ୍ରଦାନ ମଧ୍ୟ କାର୍ଯ୍ୟକ୍ରମ ରହିଛି।

Comments are closed, but trackbacks and pingbacks are open.