ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ଶେଷ ଦର୍ଶନ କରିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

30

ଦିଲ୍ଲୀ : ବିଟ୍ରେନର ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି । ମହାରାଣୀଙ୍କୁ ଶେଷ ଦର୍ଶନ କରିବା ପାଇଁ ବହୁ ରାଷ୍ଟ୍ରରୁ ବରିଷ୍ଠ ବ୍ୟକ୍ତିମାନେ ତାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତରୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବ୍ରିଟେନ ରାଣୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଆସନ୍ତା ୧୭ରୁ ୧୯ ତାରିଖରେ ଲଣ୍ଡନ ଗ୍ରସ୍ତ କରିବେ ବୋଲି ସୂଚନା ମିଳିଛି ।
ରାଣୀଙ୍କୁ ଶେଷ ଦର୍ଶନ କରିବାକୁ ଆସିଥିବା ଅତିଥିମାନଙ୍କୁ ବିଟ୍ରେନ ରାଜବଂଶର ପାରମ୍ପାରିକ ନିୟମ ମାନିବାକୁ ପଡ଼ିବ । ମହାରାଣୀ ଏଲିଜାବେଥଙ୍କ ଅନ୍ତିମ କ୍ରିୟା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ସୂଚନା ଥାଉଯେ, ଆସନ୍ତା ମାସ ୧୯ ତାରିଖରେ ହେବ ମହାରାଣୀଙ୍କ ଅନ୍ତିମକ୍ରିୟା । ଏହିଦିନ ୧୦ ଲକ୍ଷରୁ ଅଧିକ ଲୋକ ଲଣ୍ଡନରେ ଜମା ହେବାର ଆକଳନ କରାଯାଉଛି । ବୁଧବାର ସନ୍ଧ୍ୟା ୫ଟାରୁ ରାଣୀଙ୍କ ପାର୍ଥିବ ଶରୀରକୁ ଲଣ୍ଡନର େୱଷ୍ଟମିନଷ୍ଟରରେ ଆବେଦରେ ରଖାଯିବ । ୧୯ ତାରିଖ ସକାଳ ସାଢେ ୬ଟା ପର୍ଯ୍ୟନ୍ତ ମହାରାଣୀଙ୍କ ପାର୍ଥିବ ଶରୀର ସେଠାରେ ରହିବ । କୁହାଯାଉଛି ଏହିଦିନ ରାଣୀଙ୍କ ଅନ୍ତିମ ଦର୍ଶନ ପାଇଁ ଲୋକଙ୍କୁ ୫ କିଲୋମିଟର ଲମ୍ବା ଲାଇନରେ ଛିଡା ହେବାକୁ ପଡିପାରେ । ଆଉ ସବୁ ପ୍ରକ୍ରିୟା ରାଜ ପରିବାରର ପ୍ରୋଟକଲ ଅନୁଯାୟୀ କରାଯିବ ।

Comments are closed, but trackbacks and pingbacks are open.