ଦେଶବାସୀ ଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ

26

ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ରାଷ୍ଟ୍ରପତି ହେବା ପରେ ଦେଶବାସୀଙ୍କୁ ପ୍ରଥମ ଥର ପାଇଁ ସମ୍ବୋଧନ କରିଛନ୍ତି ଦୌପଦୀ ମୁର୍ମୁ। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରୁ ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଛନ୍ତି। ନିଜ ସମ୍ବୋଧନରେ ରାଷ୍ଟ୍ରପତି କହିଛନ୍ତି ଯେ, ଅଗଷ୍ଟ ୧୪ କୁ ବିଭାଜନ-ବିଭୀଷିକାର ସ୍ମୃତି ଦିବସ ଭାବେ ପାଳନ କରାଯାଏ । ୧୯୪୭ ମସିହାର ଏହି ଦିନରେ ଆମେ ଉପନିବେଶ ଶାସନର ଶୃଙ୍ଖଳାରୁ ମୁକ୍ତ ହୋଇ ସ୍ୱାଧିନତା ଲାଭ କରିଥିଲୁ। ଏକ ମୁକ୍ତ ଓ ସ୍ୱାଧୀନ ଦେଶରେ ବାସ କରିବାର ସୌଭାଗ୍ୟ ଦେଇଥିବା ସେହି ମହାନ ସଂଗ୍ରାମୀମାନଙ୍କ ନିକଟରେ ସାଦର ପ୍ରମାଣ ଜଣାଇଛନ୍ତି ରାଷ୍ଟ୍ରପତି।

ଏହି ସ୍ମୃତି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ସାମାଜିକ ସଦଭାବ, ମାନବ ସଶକ୍ତିକରଣ ଏବଂ ଏକତାକୁ ଅଧିକ ପ୍ରଶୟ ଦେବା । ସେ କହିଛନ୍ତି ଯେ, ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପୂରଣ ହୋଇଛି। ୨୦୪୭ ସୁଦ୍ଧା ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନ ପୂରଣ କରିବୁ। ଭାରତରେ ଗଣତନ୍ତ୍ର ଲଗାତାର ମଜଭୁତ ହେବାରେ ଲାଗିଛି। ଆମେ ଦାରିଦ୍ର୍ୟ ଓ ଅଶିକ୍ଷା ବିରୋଧରେ ଲଢ଼େଇ ଲଢିଛୁ। ଅ ଆଜି ସାରା ବିଶ୍ୱ ଦେଖୁଛି ଭାରତର ଉଦୟ। ଆତ୍ମନିର୍ଭର ଭାରତ ଗଠନ ପାଇଁ ଉଦ୍ୟମ ଜାରି ରହିଛି। ଭାରତର ଅର୍ଥବ୍ୟବସ୍ଥା ଦ୍ରୁତଗତିରେ ବୃଦ୍ଧି ପାଉଥିବା କହିଛନ୍ତି।

Comments are closed, but trackbacks and pingbacks are open.