ମା’ କିଚକେଶ୍ବରୀଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

263

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ପ୍ରଥମେ ସେ ମୟୂରଭଞ୍ଜରେ ପହଞ୍ଚିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ଖିଚିଂରେ ପହଞ୍ଚି ମା’ କିଚକେଶ୍ବରୀଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ଏହାହାପରେ ରାଷ୍ଟ୍ରପତିଙ୍କର ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ୪ ଦିନିଆ ଗସ୍ତରେ ମୟୂରଭଞ୍ଜ ସମେତ କେନ୍ଦୁଝର, କଟକ, ଭୁବନେଶ୍ବର, ସମ୍ବଲପୁର ଓ ବ୍ରହ୍ମପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି।  ୯୪୩୭୨୩୮୨୯୪ ସୌରଭ ପଟ୍ଟନାୟକ

୧୨ ଅତିରିକ୍ତ ଡିସିପି, ୨୫ ଏସିପି, ୪୦ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ ଏତତ ବ୍ୟତୀତ ୧୬୦ ଟ୍ରାଫିକ ଓ ୧୫୦ ହୋମଗାର୍ଡ ନିୟୋଜିତ ହେବେ । ବ୍ଲୁ ବୁକ ଗାଇଡ଼ଲାଇନ ମୁତାବକ ପୁରା ସହର ହେବ ପୋଲିସ ଛାଉଣୀ । ସଭାସ୍ଥଳରେ ପ୍ରୋଟକଲ ମୁତାବକ ନିମନ୍ତ୍ରିତ ଅତିଥିଙ୍କ ତଥ୍ୟ ରହିବ । ୨୮ ରୁ ୨ ତାରିଖ ପର୍ଯ୍ୟନ୍ତ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ।

ଭୁବନେଶ୍ୱର ସମେତ ମୟୁରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ, ସମ୍ବଲପୁର ଗସ୍ତ କରିବାର ଯୋଜନା ରହିଛି । କାରକେଡ଼ ଯିବାବେଳେ ସାଧାରଣ ଲୋକଙ୍କ ଟ୍ରାଫିକ ସମସ୍ୟା ନହେବାକୁ ଧ୍ୟାନ ଦିଆଯିବ । ଏହାକୁ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

Comments are closed, but trackbacks and pingbacks are open.