ଜୁଆଙ୍ଗ ଜନଜାତିଙ୍କ ସହ ଆଲୋଚନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

306

କେନ୍ଦୁଝର: ଓଡ଼ିଶା ଗସ୍ତର ଦ୍ଵିତୀୟ ଦିନରେ କେନ୍ଦୁଝରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗୋନାସିକାର କଦଳୀବାଡ଼ି ଗାଁରେ ପହଞ୍ଚି ରାଷ୍ଟ୍ରପତି ଜୁଆଙ୍ଗ ଜନଜାତିଙ୍କ ସହ ଆଲୋଚନା କରିଛନ୍ତି । ଜନଜାତିଙ୍କ ଆର୍ଥିକ ବିକାଶ ସହ ସ୍ୱାବଲମ୍ବୀ ଉପରେ ଗୁରୁତ୍ୱ ଦିଆଯିବ ବୋଲି ରାଷ୍ଟ୍ରପତି କହିଛନ୍ତି ।

ଏହାସହ ରାଷ୍ଟ୍ରପତି କହିଛନ୍ତି ଯେ, ‘ଦେଶ, ସମାଜ, ଘରର ଉନ୍ନତି ପାଇଁ ପୁରୁଷ ଓ ମହିଳାଙ୍କ ଉନ୍ନତି ଆବଶ୍ୟକ । ଶିକ୍ଷା ହିଁ ଜୀବନକୁ ଭଲ ଭାବରେ ବଞ୍ଚିବାର ମାର୍ଗ ଦେଖାଏ । ଯେତେ କଠିନ ପରିସ୍ଥିତି ହେଲେ ମଧ୍ୟ ପାଠ ପଢ଼ା ଜାରି ରଖିବା ନିହାତି ଜରୁରୀ । ସେହିପରି ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ଚିହ୍ନଟ କରି ତାଲିମ ଦିଆଯାଉ ଏବଂ ତାଲିମ ପରେ ଆର୍ଥିକ ସହାୟତା ପ୍ରଦାନ କରି ସ୍ୱାବଲମ୍ବୀ କରାଯାଉ ବୋଲି ରାଷ୍ଟ୍ରପତି କହିଛନ୍ତି’ ।

କେନ୍ଦୁଝର ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ ପରେ ଧରଣୀଧର ବିଶବିଦ୍ୟାଳୟରେ ଆଦିବାସୀ ସାହିତ୍ୟ, ସଂସ୍କୃତି, କଳା ଉପରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସେମିନାରକୁ ଉଦ୍‌ଘାଟନ କରିବେ । ଏଥିପାଇଁ ଧରଣୀଧର ୟୁନିଭର୍ସିଟିରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହାପରେ ଆଜି ଅପରାହ୍ନରେ ଉତ୍କଳ ବିଶ୍ଵବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ।

Comments are closed, but trackbacks and pingbacks are open.